ଆଜି ରାଜ୍ୟରେ ୬୭୩ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା
ଭୁବନେଶ୍ୱର: ରାଜ୍ୟରେ ୨୩ ଜିଲ୍ଲାରୁ ୬୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୨୨୭ଟି ହେଉଛି ଲୋକାଲ୍ କେସ୍। ସେହିଭଳି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୯ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୫୮ ଜଣ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 19th July
New Positive Cases: 673
In Quarantine: 446
Local Contacts: 227(Details of local contacts will be shared by concerned District Administration)
Dist Wise Cases
1. Angul: 4
2. Balasore: 13
3. Bargarh: 22
4. Bhadrak: 58
5. Cuttack: 32— I & PR Department, Odisha (@IPR_Odisha) July 20, 2020
ଗଞ୍ଜାମ ଜିଲ୍ଲାରୁ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ, ଖୋର୍ଦ୍ଧାରୁ ୫୮ ଲେଖାଏ, କୋରାପୁଟ ଜିଲ୍ଲାରୁ ୪୧, କନ୍ଧମାଳ ଜିଲ୍ଲାରୁ ୪୪, ଜଗତସିଂହପୁରରୁ ୩୬, କଟକରୁ ୩୨, ଯାଜପୁରରୁ ୨୮, କେନ୍ଦୁଝରରୁ ୨୪, ବରଗଡ଼ରୁ ୨୨ ଗଜପତିରୁ ୧୫ ଢେଙ୍କାନାଳରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବାଲେଶ୍ୱରରୁ ୧୩, ଅନୁଗୁଳରୁ ୪, ଝାରସୁଗୁଡ଼ାରୁ ୧୪, କେନ୍ଦ୍ରାପଡ଼ାରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜ ଜିଲ୍ଲାରୁ ୧, ନୟାଗଡ଼, ପୁରୀରୁ ୪ ଜଣ ଲେଖା, ସମ୍ବଲପୁରରୁ ୩, ସୁନ୍ଦରଗଡ଼ରୁ ୧୧, ସୋନପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୨,୪୫୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୫୩୩ ଜଣ ଚିକିତ୍ସାଧୀନ ଅଛନ୍ତି।