୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ଭିକି କୋଶଲ ଓ ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆଜି ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ଟାରେ ହୋଇଥିବା ଏହି ସମାରୋହରେ ଉରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି । ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ ଏହି ସମାରୋହର ହୋଷ୍ଟ କରିଥିଲେ । ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ପୁରସ୍କାରରେ ସମ୍ମାନିତ କରାଯିବାର ଥିଲା, ମାତ୍ର ତାଙ୍କ ଶରୀର ଅସୁସ୍ଥତା କାରଣରୁ ସେ ସମାରୋହରେ ଯୋଗ ଦେଇନାରି ନ ଥିଲେ । ଏ ନେଇ ସେ ପୂର୍ବରୁ ସୂଚନା ମଧ୍ୟ ଦେଇଥିଲେ । ତେବେ ଏହି ସମାରୋହରେ ୨୦୧୮ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଚୟନ କରାଯାଇଥିବା ଶ୍ରେଷ୍ଠ ଫିଲ୍ମ, ଅଭିନେତା, ଅଭିନେତ୍ରୀ ତଥା ଅନ୍ୟ ବିଭିନ୍ନ ବର୍ଗକୁ ସମ୍ମାନିତ କରାଯାଇଥିଲା ।

ତେବେ ଆସନ୍ତୁ ଜାଣିବା କିଏ କେଉଁ ପୁରସ୍କାରରେ ସମ୍ମାନିତ ହେଲେ….

ଶ୍ରେଷ୍ଠ ଫିଲ୍ମ: ଅନ୍ଧାଧୁନ୍

ଶ୍ରେଷ୍ଠ ସାମାଜିକ ପ୍ରସଙ୍ଗ ଫିଲ୍ମ: ପ୍ୟାଡ୍‌ ମ୍ୟାନ୍

ସବୁଠାରୁ ଲୋକପ୍ରିୟ ଫିଲ୍ମ: ବଧାଇ ହୋ

ଶ୍ରେଷ୍ଠ ଅଭିନେତା: ଆୟୁଷ୍ମାନ୍‌ ଖୁରାନା(ଫିଲ୍ମ-ଅନ୍ଧାଧୁନ୍‌), ଭିକି କୌଶଲ୍‌(ଫିଲ୍ମ-ଉରି)

ଶ୍ରେଷ୍ଠ ଅଭିନେତ୍ରୀ: କୀର୍ତ୍ତି ସୁରେଶ(ଫିଲ୍ମ-ମହାନତୀ)

ଶ୍ରେଷ୍ଠ ନିର୍ଦ୍ଦେଶକ: ଆଦିତ୍ୟ ଧର୍‌ (ଉରି: ଦସର୍ଜିକାଲ୍‌ ଷ୍ଟ୍ରାଇକ୍)

ଶ୍ରେଷ୍ଠ ସହ ଅଭିନେତା: ସ୍ୱାନନ୍ଦ କିର୍‌କିରେ (ଚୁମ୍ବକ୍)

ଶ୍ରେଷ୍ଠ ସହ ଅଭିନେତ୍ରୀ: ସୁରେଖା ସିକ୍ରି(ଫିଲ୍ମ-ବଧାଇ ହୋ)

ଶ୍ରେଷ୍ଠ କୋରିଓଗ୍ରାଫି: ଜ୍ୟୋତି ଦ ଟମୋର୍‌( ଘୁମର୍‌ ଗୀତ, ଫିଲ୍ମ-ପଦ୍ମାବତ୍)

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ସଞ୍ଜୟ ଲୀଲା ଭଂଶାଲୀ (ଫିଲ୍ମ-ପଦ୍ମାବତ୍)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ଅରିଜିତ୍‌ ସିଂହ (ଗୀତ- ବିନ୍‌ତେ ଦିଲ୍‌, ଫିଲ୍ମ-ପଦ୍ମାବତ୍‌)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: ବିନ୍ଦୁ ମାଲିନୀ (ଗୀତ- ମାୟାବୀମାନବେ, ଫିଲ୍ମ(କନ୍ନଡ଼)- ନଥିଚରାମି)