ଭୁବନେଶ୍ୱର: ଆଜି ରାଜ୍ୟରେ ୬୪୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୪୩୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୧୬ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
Covid-19 Report For 20th July
New Positive Cases: 647
In Quarantine: 431
Local Contacts: 216(Details of local contacts will be shared by concerned District Administration)
District Wise Cases
1. Angul: 37
2. Balasore: 40
3. Bargarh: 04
4. Bhadrak: 12
5. Bolangir: 5— I & PR Department, Odisha (@IPR_Odisha) July 21, 2020
ସୂଚନା ଅନୁଯାୟୀ, ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୫, କଟକରୁ ୮୪, ଖୋର୍ଦ୍ଧାରୁ ୬୮, ରାୟଗଡ଼ାରୁ ୪୭, ବାଲେଶ୍ୱର ୪୦, ଅନୁଗୁଳରୁ ୩୭, ସୁନ୍ଦରଗଡ଼ ଜିଲ୍ଲାରୁ ୨୨, କୋରାପୁଟରୁ ୨୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩, ଭଦ୍ରକ ଜିଲ୍ଲାରୁ ୧୨, କେନ୍ଦୁଝର ଜିଲ୍ଲାରୁ ୮, ଜଗତସିଂହପୁରରୁ ୭, ସମ୍ବଲପୁର, ମାଲକାନଗିରି ଓ ଢେଙ୍କାନାଳରୁ ୧୦ ଜଣ ଲେଖାଏଁ, କନ୍ଧମାଳ ଓ ବଲାଙ୍ଗିରରୁ ୫ଜଣ ଲେଖାଏଁ , ବରଗଡ଼ ଓ ନୟାଗଡ଼ରୁ ୪ ଜଣ ଲେଖାଏଁ, ମୟୂରଭଞ୍ଜରୁ ୩, ସୁବର୍ଣ୍ଣପୁରରୁ ଜଣେ, ନବରଙ୍ଗପୁର ଓ ଯାଜପୁରରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୨,୯୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୧୫ ରହିଛି।