ଗୌହାଟୀ : ଆସାମର ୮ଟି ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନର ୬୪୪ ଉଗ୍ରବାଦୀ ୧୭୭ ଅସ୍ତ୍ରଶସ୍ତ୍ର ସହ ଗୁରୁବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଉପସ୍ଥିତିରେ ଏହି ସମସ୍ତ ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି ।
ପୋଲିସ ସୂଚନା ଅନୁସାରେ ଉଲଫା(ଆଇ), ଏନଡିଏଫବି, ଆରଏନଏଲଏଫ୍, କେଏଲଓ, ସିପିଆଇ(ମାଓବାଦୀ), ଏନଏସଏଲଏ, ଏଡିଏଡ ଓ ଏନଏଲଏଫବିର ଏହି ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ଏକେ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲାଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ।
ପୋଲିସ ମହାନିର୍ଦ୍ଦେଶକ ଜ୍ୟୋତି ମହନ୍ତା ସାମ୍ବାଦିକଙ୍କୁ ଏହା ରାଜ୍ୟ ଓ ଆସାମ ପୋଲିସ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିବସ ବୋଲି କହିଛନ୍ତି । ଆଠ ଉଗ୍ରବାଦୀ ସଂଗଠନର ୬୪୪ ସଦସ୍ୟ ଓ ନେତା ପୋଲିସ ନିକଟରେ ଆତ୍ମସମର୍ଣ କରିଛନ୍ତି ।