ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୨ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୪୧, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨ ଓ ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଏବଂ ମହାରାଷ୍ଟ୍ରର (ଅନ୍ୟ ରାଜ୍ୟ) ଜଣେ ଲେଖାଁ ଅଛନ୍ତି। ସମସ୍ତଙ୍କୁ ଡିସ୍‌ଚାର୍ଜ କରିଦିଆଯାଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ ୪୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।


ଆଜି ସୁଦ୍ଧା ରାଜ୍ୟରେ ୧୨୬୯ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୯୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୬୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେନଟାଇନ‌ରେ ଅଛନ୍ତି।