ବିଜେପିରେ ଯୋଗଦେଲେ ଟିଡିପିର ୬୦ ନେତା

ହାଇଦରାବାଦ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ବଡ଼ ଝଟକା ଲାଗିଛି। ଟିଡିପି ପାଖାପାଖି ୬୦ ଜଣ ବରିଷ୍ଠ ନେତା ଏବଂ ତାଙ୍କ ସହସ୍ରାଧିକ ସମର୍ଥକ ରବିବାର ଆନୁଷ୍ଠାନିକ...

ହାଇଦରାବାଦ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ବଡ଼ ଝଟକା ଲାଗିଛି। ଟିଡିପି ପାଖାପାଖି ୬୦ ଜଣ ବରିଷ୍ଠ ନେତା ଏବଂ ତାଙ୍କ ସହସ୍ରାଧିକ ସମର୍ଥକ ରବିବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।

ସବୁ ନେତା ଏବଂ କାର୍ଯ୍ୟକର୍ତ୍ତା ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ଜେପି ନଡ୍ଡା କହିଥିଲେ ଯେ ସଂଗଠନର ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବରରୁ ଆରମ୍ଭ ହେବ। ଡିସେମ୍ବର ୩୧ ସୁଦ୍ଧା ବିଜେପିକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିଯିବ। ଟିଡିପି ଛାଡ଼ି ଗତ ଜୁନରେ ବିଜେପିରେ ସାମିଲ ହୋଇଥିବା ଲଙ୍କା ଦିନକର ନୂଆ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ପାଇଁ ଏହା ଭଲ ସଂକେତ ବୋଲି ସେ କହିଥିଲେ। ଜାତୀୟସ୍ତରୀୟ, ରାଜ୍ୟସ୍ତରୀୟ ଏବଂ ଜିଲାସ୍ତରର ବଡ଼ ନେତାମାନେ ବିଜେପିରେ ଯୋଗଦେଇଛନ୍ତି। ଜେପି ନଡ୍ଡା କହିଥିଲେ ଯେ ସେପ୍ଟେମ୍ବରରେ ବିଜେପି ସଂଗଠନର ନିର୍ବାଚନ ହେବ ଓ ଦେଶର ୮ ଲକ୍ଷ ବୁଥରେ ବିଜେପି କର୍ମକର୍ତ୍ତା ଭୋଟ ଦେବେ। ଏହାପରେ ଅକ୍ଟୋବରରେ ମଣ୍ଡଳସ୍ତରୀୟ ପ୍ରତିନିଧିଙ୍କ ନିର୍ବାଚନ ହେବ। ଜିଲାସ୍ତରୀୟ ନିର୍ବାଚନ ନଭେମ୍ବରରେ ହେବ। ସବୁ ରାଜ୍ୟ ସଂଗଠନର ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର ୧୫ ସୁଦ୍ଧା ଶେଷ ହେବ। ଡିସେମ୍ବର ୩୧ ପୂର୍ବରୁ ବିଜେପିକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିଯିବ।

Spread the love
Categories
ପଲିଟିକ୍ସ

RELATED BY

  • ସଞ୍ଜୟ ଜାୟସୱାଲଙ୍କୁ ବିହାର ଏବଂ ସତିଶ ପୁନିଆଙ୍କୁ ରାଜସ୍ଥାନ ଦାୟିତ୍ୱ ଦେଲା ବିଜେପି

    ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ଦୁଇଟି ବଡ ରାଜ୍ୟ ପାଇଁ ନିଜର ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି । ପାର୍ଟି ରାଜସ୍ଥାନର ଦାୟିତ୍ୱ ସତିଶ ପୁନିଆଙ୍କୁ ଦେଇଥିବା ବେଳେ ବିହାରର ଦାୟିତ୍ୱ ସଞ୍ଜୟ ଜାୟସୱାଲଙ୍କୁ ଦେଇଛି । ସୂଚନାଯୋଗ୍ୟ ଯେ ବିହାର...
  • ବିଜେପିର ସେବା ସପ୍ତାହ ଆରମ୍ଭ

    ଭୁବନେଶ୍ୱର:ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସେବା ସପ୍ତାହ ଆଜି ଉଦଘାଟିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।  ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ...
  • ଅକ୍ଟୋବରରେ ବିଜେପୁର ଉପନିର୍ବାଚନ!

    ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଓଡ଼ିଶାର ବିଜେପୁର ସମେତ ଉତ୍ତରପ୍ରଦେଶର ୧୨ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇପାରେ। ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଚାରବିମର୍ଶ ଜାରି ରହିଥିବା ସୂତ୍ରରୁ ଜଣାପଡ଼ିଛି। ଖୁବ୍ ଶୀଘ୍ର ଉପନିର୍ବାଚନ ପାଇଁ ତାରିଖ ଘୋଷଣା...
  • କଂଗ୍ରେସ ଛାଡ଼ିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା

    ମୁମ୍ୱାଇ: ମାତ୍ର ୫ ମାସ ପାଇଁ କଂଗ୍ରେସରେ ରହି ନିରାଶ ହୋଇଗଲେ ବଲିଉଡ ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡେକର। ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇସ୍ତଫା ବାବଦରେ କହିଛନ୍ତି।...