ଆଜି ଭୁବନେଶ୍ୱରରରୁ ପୁଣି ନୂଆ ୬୦ଜଣ କରୋନା ପିଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରରୁ ଆଜି ପୁଣି ନୂଆ ୬୦ଜଣ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୪୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୦ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଭୀମଟାଙ୍ଗିର ୫୦ ବର୍ଷୀୟ ବୃଦ୍ଧ, ଆଚାର୍ଯ୍ୟ ବିହାରର ୨୧ ଓ ୩୮ ବର୍ଷୀୟ ଦୁଇ ଯୁବକ, ଜୟଦେବ ବିହାରର ୨୬ ଓ ୨୧ ବର୍ଷର ଦୁଇ ଯୁବକ, ଜାଗମରାର ୩୮ ବର୍ଷୀୟ ଯୁବକ, ବମିଖାଲର ୪୨ ବର୍ଷୀୟ ଯୁବକ । ସେହିପରି ପଟିଆରେ ମଧ୍ୟ ଜଣେ ୩୫ ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀ ବେହେରା ସାହିରୁ ୫୬ ବର୍ଷୀୟ ବୃଦ୍ଧ, ସାଲିଆ ସାହିରୁ ୩୫ ବର୍ଷୀୟା ମହିଳା ଓ ଏକ କେନ୍ଦ୍ରୀୟ ହସ୍ପିଟାଲର ଜଣେ ୨୯ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏକ ସରକାରୀ ହସ୍ପିଟାଲର ୨୪, ୨୪ ଓ ୨୯ ବର୍ଷୀୟ ଯୁବକ, ନୟାପଲ୍ଲୀ ଆଇଆରସି ଭିଲେଜର ୨୧ ବର୍ଷୀୟା ଯୁବତୀ, ସାଲିଆ ସାହିର ୩୪ ଓ ୪୩ ବର୍ଷୀୟ ଦୁଇ ବ୍ୟକ୍ତି, ଶ୍ୟାମପୁରର ୩୪ ବର୍ଷୀୟ ବ୍ୟକ୍ତି, ଏକାମ୍ର ବିହାରର ୪୫ ବର୍ଷୀୟ ବ୍ୟକ୍ତି ଓ ଘାଟିକିଆର ଜଣେ ୪୬ ବର୍ଷୀୟା ମହିଳା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ଭୁବନେଶ୍ୱରରେ ଏଯାଏଁ ମୋଟ ୯୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୪୦୩ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୫୦୪ଟି ଆକ୍ଟିଭ କେସ୍ ରହିଛି ।