କମଲେଶ ତିୱାରୀ ହତ୍ୟାକାଣ୍ଡ: ୬ ଜଣଙ୍କୁ ଗିରଫ କଲା ଗୁଜରାତ ଏଟିଏସ

ସୁରତ:ହିନ୍ଦୁ ମହାସଭାର ପୂର୍ବତନ ଅଧ୍ୟକ୍ଷ କମଲେଶ ତିୱାରୀ ହତ୍ୟା ମାମଲାରେ ପୋଲିସକୁ ବଡ ସଫଳତା ମିଳିଛି । ଗୁଜରାତର ସୁରତରୁ ପୋଲିସ ୬ଜଣଙ୍କୁ ଗିରଫ କରିଛି । ଏହି ୬ଜଣଙ୍କ ମଧ୍ୟରୁ ଜଣେ ଭୂମିକା ମର୍ଡର କେସରେ ମଧ୍ୟ ସନ୍ଦିଗ୍ଧ ରହିଥିବା କୁହାଯାଉଛି । ଏହି ସମସ୍ତଙ୍କୁ ଗୁଜରାତ ଏଟିଏସ ରିମାଣ୍ଡରେ ନେବା ସହ ୟୁପି ପୋଲିସ ଓ ଏସଆଇଟି ସହ ଯୋଗାଯୋଗ କରିଛି ।

କମଲେଶ ତିୱାରୀଙ୍କ ହତ୍ୟା ପରେ ତାଙ୍କ ରୁମରୁ ଏକ ମିଠା ପ୍ୟାକେଟ୍ ମିଳିଥିଲା । ଏଥିରେ ଘାରି ସୁରତ ବୋଲି ଲେଖାଯାଇଥିଲା । ଏହି ପ୍ୟାକେଟରେ ଅଭିଯୁକ୍ତମାନେ ଅସ୍ତ୍ର ଆଣିଥିଲେ । ଏହି ମିଠାକୁ ସୁରତର ଧରତି ଫୁଡ ଓ ସ୍ୱିଟ ଦୋକାନରୁ କିଣା ଯାଇଥିଲା । ଏହି ତଥ୍ୟ ଆଧାରରେ ପୋଲିସ ଚଢାଉ କରିଥିଲା ।

ଏତତ୍ ବ୍ୟତୀତ ଗୁଜୁରାତ ଏଟିଏସ ଅକ୍ଟୋବର ୨୦୧୭ରେ ୨ ଜଣ ଆଇଏସ ଆତଙ୍କବାଦୀକୁ ଗିରଫ କରିଥିଲା । ଏହି ୨ ଆତଙ୍କବାଦୀ କମଲେଶଙ୍କ ନାମ ନେଇଥିଲେ । ତାଙ୍କୁ ମାରିବାକୁ ମଧ୍ୟ ସେମାନେ ଯୋଜନା ପ୍ରସ୍ତୁତ କରୁଥିବା ସ୍ୱିକାର କରିଥିଲେ । ସୂଚନାଯୋଗ୍ୟ ଗତକାଲି କମଲେଶଙ୍କୁ ଲକ୍ଷ୍ନୌସ୍ଥିତ ତାଙ୍କର ବାସଭବନରେ ଗଳାକାଟି ହତ୍ୟା କରାଯାଇଥିଲା ା