ରାଜ୍ୟରେ ଖୋଲିବ ୬ଟି ନୂଆ କୋର୍ଟ

ଭୁବନେଶ୍ବର: ରାଜ୍ୟରେ ଖୋଲିବ ୬ଟି ନୂଆ କୋର୍ଟ । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏନେଇ ନଗର ଉନ୍ନୟନ ପକ୍ଷରୁ ସୂଚନା ଦିଆଯାଇଛି । କଟକ, ଭଦ୍ରକ, ବାଲେଶ୍ବରର ନିଳଗିରି, ମୟୂରଭଞ୍ଜର ଉଦଳା, କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ, ନୂଆପଡାର ଖରିଆରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲାଯିବ ।