ବନ୍ଧୁକ ଦେଖାଇ ଲୁଟି ନେଲେ ୬ଲକ୍ଷ ଟଙ୍କା

ଖୋର୍ଦ୍ଧା: ଜଟଣୀରେ କଳାପଲସର ଆତଙ୍କ । ବନ୍ଧୁକ ଦେଖାଇ ଦିନ ଦ୍ବିପ୍ରହରରେ ଦୁର୍ବୃତ ଲୁଟି ନେଲେ ୬ ଲକ୍ଷ ଟଙ୍କା । କୁଦିଆରୀ ଗ୍ରାମର ସମରେଶ ଜେନାଙ୍କ ଠାରୁ ଦୁର୍ବୃତ ଲୁଟି ନେଇଛନ୍ତି ଟଙ୍କା ।

ସମରେଶ ଜଟଣୀ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୬ଲକ୍ଷ ଟଙ୍କା ଉଠାଇ ଜଟଣୀ ଷ୍ଟେସନ ରାସ୍ତା ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଏକ କଳା ପଲସରରେ ଦୁଇଜଣ ଦୁର୍ବୃତ ଆସି ତାଙ୍କୁ ବନ୍ଧୁକ ଦେଖାଇ ସମସ୍ତ ଟଙ୍କା ଲୁଟି ନେଇଥିଲେ । ଖବର ପାଇ ଜଟଣୀ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।