ବିଭିନ୍ନ ସ୍ଥାନରେ ବଜ୍ରପାତ: ୬ମୃତ ୪ଗୁରୁତର

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

କେନ୍ଦ୍ରାପଡ଼ା ଅଂଚଳରେ ବଜ୍ରପାତ ଘଟି ୫ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ଏହା ସହ ୨ଜଣ ଗୁରୁତର ମଧ୍ୟ ହୋଇପଡ଼ିଛନ୍ତି । ବଜ୍ରପାତରେ ମହାକାଳପଡ଼ା କରଞ୍ଜ ଗାଁରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇପଡ଼ିଛନ୍ତି । କରଞ୍ଜ ଗାଁରେ ବିଲକୁ ଯାଇଥିବା ବେଳେ ପାପୁନି ଦାସ ଓ ରଙ୍ଗାଧର ବେହେରାଙ୍କ ମୃତ୍ୟୁ ଘଟିଛି । ସେହିପରି ଗରଦପୁର ବ୍ଲକ ମରିଲୋ ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ କାରଣରୁ ଦିଲୀପ ନାୟକଙ୍କ ମୃତ୍ୟୁ ଘଟଥିବା ବେଳେ ଗୋତ୍ରିବିଲ ପଦ୍ମପୁର ଗାଁରେ ଅଜୟ ନାୟକଙ୍କ ମୃତ୍ୟୁ ହୋଇଛି । ମାର୍ଶାଘାଇ ବ୍ଲକ ନରଣପୁର ଗାଁରେ ବିଜୟ ନାୟକ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି । 

ଅନ୍ୟପଟେ  ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବନ୍ତୁ ଗାଁରେ ବିଲରେ କାମ କରିବା ବେଳେ ଜଣେ ମହିଳା ବଜ୍ରପାତର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ସହ ଥିବା ଅନ୍ୟ ୨ଜଣ ଗୁରୁତର ହୋଇପଡ଼ିଛନ୍ତି ।