ଆଇଟିବିପି କ୍ୟାମ୍ପରେ ଯବାନଙ୍କ ଉନ୍ମତକାଣ୍ଡ: ୬ ଯବାନ ମୃତ

ରାୟପୁର: ଛତିଶଗଡ ନାରାୟଣପୁର ଜିଲ୍ଲା କୋଡନାର ଆଇଟିବିପି କ୍ୟାମ୍ପରେ ଯବାନଙ୍କ ଉନ୍ମତକାଣ୍ଡ । ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ଆଖିବୁଜା ଗୁଳିମାଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି ।

ସୂଚନାନୁସାରେ, ନାରାୟଣପୁର ଜିଲ୍ଲା କୋଡନାର ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ କୌଣସି ଘଟଣାକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା । ବୁଧବାର ସକାଳେ ପାଖାପାଖି ୮.୪୫ ସମୟରେ କ୍ୟାମ୍ପରେ ଉପସ୍ଥିତ ଯବାନ ରହମାନ ଖାନ ନିଜ ବ୍ୟକ୍ତିଗତ ବନ୍ଧୁକରୁ ଗୁଳି ଚାଳନା କରିବା ଆରମ୍ଭ କରିଦେଇଥିଲେ ।

ତାଙ୍କ ଗୁଳିଚାଳନାରେ ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସହିତ , ୩ ଜଣ ଆହତ ହୋଇଥିଲେ । କିନ୍ତୁ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି ।