ଭୁବନେଶ୍ୱର: ଆଜି ରାଜ୍ୟର ୬ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସଙ୍କ ସୂଚନା ଜାରି କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏଥିରେ ୬୧ ରୁ ୬୬ତମ ଆକ୍ରାନ୍ତଙ୍କ ସୂଚନା ଜାରି କରାଯାଇଛି । ଏମାନଙ୍କର ମଧ୍ୟରୁ ୫ଜଣ କୋଲକତାରୁ ନିଜ ଘରକୁ ଫେରିଥିଲେ ।
Travel History of #Covid19 Patient
Case no: 61
(58 yrs male, Nelia bag, Balasore Town) pic.twitter.com/Huao0ny9xx
— I & PR Department, Odisha (@IPR_Odisha) April 21, 2020
୬୧ତମ କରୋନା ଆକ୍ରାନ୍ତଙ୍କ ବୟସ ୫୮ ବର୍ଷ ଓ ସେ ବାଲେଶ୍ୱରର ନେଳିଆବାଗର ବାସିନ୍ଦା। ସେ ଏକ ଭଡ଼ାଗାଡ଼ିରେ ଝାଡ଼ଖଣ୍ଡ ଯାଇ ମାର୍ଚ୍ଚ ୧୩ରେ ବାଲେଶ୍ୱର ଫେରିଥିଲେ। ଏହାପରେ ସେ ଏପ୍ରିଲ ୭ ତାରିଖ ଦିନ ନିଜ ସ୍କୁଟିରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯାଇଥିଲେ। ସେଠାରୁ ଫେରିବା ପରେ ଏପ୍ରିଲ୍ ୧୩ ତାରିଖ ଦିନ ଏକ ଗାଡ଼ି ଭଡ଼ା କରି ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ ଯାଇଥିଲେ। ଏହାପରଦିନ ଅର୍ଥାତ ୧୪ ଏପ୍ରିଲ୍ ଦିନ ସେ ଆପୋଲୋ ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଇଦିନ ସେ କିମ୍ସ ହସ୍ପିଟାଲକୁ ଯାଇଥିଲେ। ସେ ୧୪ରୁ ୧୬ ଏପ୍ରିଲ କିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ରହିଥିଲେ। ଆଶ୍ଚର୍ଯ୍ୟର କଥା ସେ ୧୬ ଏପ୍ରିଲରେ ଭୁବନେଶ୍ୱର ଏମ୍ସରେ ଭର୍ତି ହୋଇଥିଲେ। ୧୮ ଏପ୍ରିଲ୍ ଦିନ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରେ ରଖାଯାଇଛି।
Travel History of #Covid19 Patient
Case no: 62(57 yrs male, Malaksahi, Padmapur, Basudevpur, Bhadrak) pic.twitter.com/9CbfQu0fYY
— I & PR Department, Odisha (@IPR_Odisha) April 21, 2020
ରାଜ୍ୟର ୬୨ତମ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦମପୁର ଗ୍ରାମପଂଚାୟତର ମାଲକାଶୀ ଗାଁର ବାସିନ୍ଦା । ଏହି ୫୭ ବର୍ଷିଅ ବ୍ୟକ୍ତି ମାର୍ଚ୍ଚ ୨୮ରେ କୋଲକାତାରେୁ ବାସୁଦେବପୁର ଏକ ଭଡାଗାଡ଼ିରେ ଆସିଥିଲେ । ସାଥୀରେ ତାଙ୍କର ୩ ଜଣ ସହଯାତ୍ରୀ ଥିଲେ । ସେ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୪ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ଏହା ପରେ ଏପ୍ରିଲ ୧୫ରୁ ୧୯ ମଧ୍ୟରେ ସରକାରୀ କ୍ୱାରେନଂଟାଇନ୍ କୁ ସ୍ଥାନାନ୍ତର ହେଲେ । ଏପ୍ରିଲ ୧୯ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ୨୦ ତାରିଖ ଦିନ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।
Travel History of #Covid19 Patient
Case no: 63
(58 yrs Male, Kharida, Binayakpur, Basudevpur, Bhadrak) pic.twitter.com/UZzDLKa2Fq
— I & PR Department, Odisha (@IPR_Odisha) April 21, 2020
ରାଜ୍ୟର ୬୩ ନମ୍ବର କରୋନା ଆକ୍ରାନ୍ତ କୋଲକାତାରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର ଅଂଚଳ ର ଖରିଦାକୁ ଆସିଥିଲେ । ୫୮ ବର୍ଷିଅ ବ୍ୟକ୍ତି ଏପ୍ରିଲ ୯ ତାରିଖରେ ଏକ ଟ୍ରକରେ ଯାତ୍ରା କରିଥିଲେ । ସେ ଘରେ ପହଂଚିବା ପରେ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ତାଙ୍କୁ ମଧ୍ୟ ଏପ୍ରିଲ ୧୫ରେ ସରକାରୀ କ୍ୱାରେନଂଟାଇନ୍ କୁ ସ୍ଥାନାନ୍ତରଣ କରାଯାଇଥିଲା । ଏପ୍ରିଲ ୧୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏପ୍ରିଲ ୨୦ରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା ।
Travel History of #Covid19 Patient
Case no: 64
(55 yrs Male, Matipaka, Basudevpur, Bhadrak) pic.twitter.com/3w0r2FpbNm
— I & PR Department, Odisha (@IPR_Odisha) April 21, 2020
୬୪ ନମ୍ବର କରୋନା ଆକ୍ରାନ୍ତ କୋଲକାତାରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ମାଟିପକା ଗାଁକୁ ଆସିଥିଲେ । ୫୫ ବର୍ଷିଅ ବ୍ୟକ୍ତି ଏକ ଭଡ଼ାଗାଡ଼ିରେ ମାର୍ଚ୍ଚ ୨୯ରେ ଘରେ ପହଂଚିଥିଲେ । ସେ ଯେଉଁ ଗାଡ଼ିରେ ଆସିଥିଲେ ସେଥିରେ ୭ ଜଣ ସହଯାତ୍ରୀ ଥିଲେ । ଘରେ ପହଂଚିବା ପରେ ତାଙ୍କୁ ହୋମ କ୍ୱାରେନଂଟାଇନ୍ ରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ସେ ଏପ୍ରିଲ ୧୪ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ରହିବା ପରେ ଏପ୍ରିଲ ୧୫ରୁ ୧୯ ଯାଏଁ ସରକାରୀ କ୍ୱାରେନଂଟାଇନ୍ ରେ ଥିଲେ । ଏପ୍ରିଲ ୧୯ରେ ନମୁନା ପଜିଟିଭ ଚିହ୍ନଟ ହେବା ପରେ ୨୦ତାରିଖରେ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
Travel History of #Covid19 Patient
Case no: 65
(66 yrs Male, Rahania, Bhandaripokhari, Bhadrak) pic.twitter.com/NBPTILft4w
— I & PR Department, Odisha (@IPR_Odisha) April 21, 2020
ରାଜ୍ୟର ୬୫ତମ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକର ରାହାଣିଆ ଅଂଚଳର । ଏହି ୬୬ ବର୍ଷିଅ ବୃଦ୍ଧ କୋଲକାତାରୁ ମାର୍ଚ୍ଚ ୨୮ରେ ଆସିଥିଲେ । ସେ ଏକ ଭଡ଼ା ଗାଡ଼ିରେ ନିଜ ଘରକୁ ଆସିବା ପରେ ଏପ୍ରିଲ ୧୪ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ତାଙ୍କୁ ଏପ୍ରିଲ ୧୫ ତାରିଖରେ ସରକାରୀ କ୍ୱାରେନଂଟାଇନ୍ କୁ ସ୍ଥାନାନ୍ତର କରାଯାଇଥିଲା । ଏପ୍ରିଲ ୧୯ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏପ୍ରିଲ ୨୦ ତାରିଖରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି ।
Travel History of #Covid19 Patients
Case no: 66
(48 yrs Male, Kusagadia, Bhandaripokhari, Bhadrak) pic.twitter.com/GvjQaorcP4
— I & PR Department, Odisha (@IPR_Odisha) April 21, 2020
ଭଣ୍ଡାରୀପୋଖରୀ ବ୍ଲକର କୁସଗଡ଼ିଆ ଅଂଚଳର ୪୮ ବର୍ଷିଅ ବ୍ୟକ୍ତି ମଧ୍ୟ ମାର୍ଚ୍ଚ ୨୯ରେ କୋଲକାତାରୁ ଫେରିଥିଲେ । ସେ ଯେଉଁ ଭଡ଼ା ଗାଡ଼ିରେ ଆସିଥିଲେ, ସେଥିରେ ୬ ଜଣ ସହଯାତ୍ରୀ ଥିଲେ । ସେ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୪ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ଏପ୍ରିଲ ୧୫ରେ ସରକାରୀ କ୍ୱାରେନଂଟାଇନ୍ କୁ ସ୍ଥାନାନ୍ତର ହୋଇଥିଲେ । ଏପ୍ରିଲ ୧୯ରେ ସଂପୃକ୍ତ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ଏପ୍ରିଲ ୨୦ ତାରିଖରେ କଟକସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।