ଆଜି ଆଉ ୬ ମୃତ; ରାଜ୍ୟରେ ସେଞ୍ଚୁରୀ ମାରିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଶହେ ପାର କରିଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ଆଉ ୬ ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ମୃତକଙ୍କ ଭିତରେ ଅଛନ୍ତି କେନ୍ଦ୍ରାପଡ଼ା, କଟକ, ଗଜପତି. ଜଗତସିଂହପୁର, ରାୟଗଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ।


କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେ ଡାଏବେଟିସ୍, ଉଚ୍ଚ ରକ୍ତଚାପ ଓ ଇଣ୍ଟ୍ରା-କ୍ରାନିଆଲ୍ ରକ୍ତସ୍ରାବରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ଜଣେ ୨୬ ବର୍ଷୀୟ ମହିଳାଙ୍କ ଜୀବନ ନେଇଛି କରୋନା । ତାଙ୍କର ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ଥିଲା ।


ଗଜପତି ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ୬୮ ବର୍ଷୀୟ ବୃଦ୍ଧଙ୍କ ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ଥିଲା । ଲଙ୍ଗ କ୍ୟାନସରରେ ପୀଡ଼ିତ ଜଗତସିଂହପୁର ଜିଲ୍ଲାର ଜଣେ କରୋନା ଆକ୍ରନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।


ଏହାସହ ଜିଲ୍ଲାରେ ୨କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା । ଏମାନଙ୍କ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୭୫ ବର୍ଷୀୟ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ୭୪ ବର୍ଷୀୟ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।