କଟକର କ୍ୟାନସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬ ଜଣ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ସତ୍ୟବ୍ରତ ଛୋଟରାୟ ସୂଚନା ପ୍ରଦାନ କରିଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନସର ରୋଗୀ ରହିଥିବା ବେଳେ ଆଉ ଜଣେ ଆଟେଣ୍ଡାଣ୍ଟ ରହିଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବା ସେ ସୂଚନା ଦେଇଛନ୍ତି । ତେବେ ସୂଚନାଯୋଗ୍ୟ, ପୂର୍ବରୁ ହସ୍ପିଟାଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କାଲି ୨ ଜଣ ନର୍ସ ଓ ପୂର୍ବରୁ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଦିନକୁ ଦିନ ରାଜ୍ୟରେ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଜି ଆଉ ୨୪୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟର ୧୯ଟି ଜିଲ୍ଲାରୁ ୨୪୫ ଜଣ ଚିହ୍ନଟ ହୋଇଛନ୍ତି । ଉକ୍ତ ୨୪୫ ଜଣଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୩୧ ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ କରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ।