କଟକ: ୫ଟି ସଚିବଙ୍କ କଟକ ଗସ୍ତ। ସକାଳୁ ସକାଳୁ କଟକ ଆସି ମହାନଦୀ ପଠାକୁ ଆସି କରିଛନ୍ତି ତର୍ଜମା। ହାଡିଆପଠାରେ ୪ ଶହ ଏକର ସ୍ଥାନକୁ ପରିଦର୍ଶନ କରିଛନ୍ତି ସେ। ତାଙ୍କ ସହ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ଆରଡିସି, କଟକ ଜିଲ୍ଲାପାଳ, ପୋଲିସ କମିଶନର, ଡିସିପିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ହାଡିଆପଠାର ପର୍ଯ୍ୟଟନ ବିକାଶ ତଥା ଏଠାରେ ଜଳକ୍ରୀଡାର ଶୁଭାରମ୍ଭ ହେବାକୁ ଥିବାରୁ ଏହା ପୂର୍ବରୁ ୫ଟି ସଚିବ ଭିକେ ପାଣ୍ଡିଆନ ଗସ୍ତ କରିଛନ୍ତି। ଜଳକ୍ରୀଡାର ଶୁଭାରମ୍ଭରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଆସିବାର ସମ୍ଭାବନା ରହିଛି। ଦୀର୍ଘ ଦିନରୁ ଏହା ଅବ୍ୟବସ୍ଥା ଘେରରେ ଥିବାବେଳେ ଏହାର ବିକାଶ ପାଇଁ ସରକାର ଅଂଟା ଭିଡିଛନ୍ତି।
ପୂର୍ବରୁ କଟକ ବଡ ମେଡିକାଲକୁ ଏମସପ୍ଲସ କରିବା ଲାଗି ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ହାଡିଆପଠାର ବିକାଶ ପାଇଁ କେତେ ଟଙ୍କାର ବ୍ୟୟ ବରାଦ ହେଉଛି ତାହା ଦେଖିବାର କଥା।