୫ଟି ସଚିବ ପାଣ୍ଡିଆନ୍ ଙ୍କ ଭିତରନକନିକା ଗସ୍ତ

କେନ୍ଦ୍ରାପଡା: ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ୍ ଭିତରକନିକା ଗସ୍ତ କରିଛନ୍ତି । ୧୪ ତାରିଖରୁ ଭିତରକନିକାରେ ପ୍ରଥମ କରି ମହୋତ୍ସବ ପାଳନ ହେବାକୁ ଯାଉଛି । ଏହା ପୂର୍ବରୁ ୫ଟି ସଚିବ ପାଣ୍ଡିଆନ୍ ଗସ୍ତ କରିଛନ୍ତି ।

ଆଜି ପ୍ରାୟ ୧୨ଟା ସମୟରେ ୫ଟି ସଚିବ ପାଣ୍ଡିଆନ୍ ଭିତରକନିକା ନିକଟସ୍‌ଥ ଖମାର ସାହି ନିକଟରେ ହେଲିପ୍ୟାଡରେ ପହଂଚିବା ସହିତ ଭିତରକନିକାର ପ୍ରାକୃତିକ ପରିବେଶକୁ ବୁଲି ଉପଭୋଗ କରିଥିଲେ । ଏହାସହିତ ବୋଟ ସାହାଯ୍ୟରେ ନଦୀରେ ବୁଲିବା ସହ ବଉଳା କୁମ୍ଭୀର, ହେନ୍ତାଳ ବଣର ମଜା ଉଠାଇଥିଲେ । ଏହି ଗସ୍ତରେ ପାଣ୍ଡିଆନ୍ ଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏବଂ ଅନ୍ୟ ପ୍ରମୁଖ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ ।