ଗଞ୍ଜାମ,ଗଜପତି ଓ ରାୟଗଡାରେ କୋଭିଡ ସ୍ଥିତି ସମୀକ୍ଷାକଲେ ୫ଟି ସଚିବ ଭି. କେ ପାଣ୍ଡିଆନ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ କରୋନା ପଜିଟିଭ କେସ ସାମ୍ନାକୁ ଆସୁଥିବା ଦେଖାଯାଇଛି। ତେବେ ଏହାର ସ୍ଥିତି ସମୀକ୍ଷା କରିବାକୁ ଯାଇ ଆଜି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି।

5t Secretary visit ganjam gajapati and rayagada

ଗଞ୍ଜାମ ଜିଲ୍ଲାର ସେରଗଡ, ହିଞ୍ଜିଳି, କବି ସୂର୍ଯ୍ୟନଗର, ଆସ୍କା, ପୋଲସରା, ବ୍ରହ୍ମପୁର ଗସ୍ତ କରି ୫ଟି ସଚିବ ଭି. କେ ପାଣ୍ଡିଆନ ଏଂବ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ।

5t Secretary visit ganjam gajapati and rayagada

ସେଠାରେ ରହିଥିବା କ୍ୱାରେଣ୍ଟାଇନ ଗୃହ ଓ ହସ୍ପିଟାଲର ଅନୁଧ୍ୟାନ କରିଛନ୍ତି। ଏହା ସହ ଗଜପତି ଏବଂ ରାୟଗଡା ଜିଲ୍ଲା ଗସ୍ତକରି ଦୁଇ ଅଧିକାରୀ କୋଭିଡ ସ୍ଥିତି ସମୀକ୍ଷା କରିବା ସହ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର ବୁଲି ଦେଖିଛନ୍ତି ।