ଲିଙ୍ଗରାଜ ମନ୍ଦିର ଉନ୍ନୟନ କାମର ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନରେ ଆଜି ଭୋର ୪ଟାରୁ ୪.୩୦ ମଧ୍ୟରେ ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଯାଇଥିଲେ ।

ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାରର ବିକାଶ ମୂଳକ କାର‌୍ୟ୍ୟ ନେଇ ତଦାରଖ କରିଥିଲେ। ନିକଟରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର‌୍ୟ୍ୟକରଣ ପାଇଁ ସରକାର ୮.୫ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି । ଏହାକୁ ନେଇ ଏକ ମାର୍କେଟ କପ୍ଲେକ୍ସ ମଧ୍ୟ ଉଚ୍ଛେଦ କରାଯାଇଥିଲା । ପାଣ୍ଡିଆନ ଙ୍କ ଗସ୍ତ ସମୟରେ ଡିସିପି ଅନୁପ ସାହୁ, Work secretary କିଷନ କୁମାର, ଖୋର୍ଦ୍ଧା ଏଡିଏମ ମନୋରଞ୍ଜନ ମଲ୍ଲିକଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ ।