ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କୁ ଆନ୍ତର୍ଜାତିକ ପ୍ରେସିଡେଣ୍ଟ ଆୱାର୍ଡ
ହକି ଫେଡେରେସନ (ଏଫଆଇଏଚ) ପ୍ରେସିଡେଣ୍ଟସ୍ ଆୱାର୍ଡ : ଓଡ଼ିଶାରେ ହକିର ବିକାଶ ପାଇଁ ପାଣ୍ଡିଆନ୍ ଙ୍କ ଅବଦାନ ଉଲ୍ଲେଖଯୋଗ୍ୟ -ଏଫଆଇଏଚ
ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କୁ ମିଳିଛି ଆନ୍ତର୍ଜାତିକ ସମ୍ମାନ । ଓଡ଼ିଶାରେ ହକିର ବିକାଶ ପାଇଁ ତାଙ୍କୁ ଆନ୍ତର୍ଜାତିକ ହକି ଫେଡେରେସନ (ଏଫଆଇଏଚ) ପ୍ରେସିଡେଣ୍ଟସ୍ ଆୱାର୍ଡ ମିଳିଛି । ଏଫଆଇଏଚ ପକ୍ଷରୁ ଭର୍ଚୁଆଲ୍ ଆୟୋଜିତ ୪୭ତମ ସମ୍ମିଳନୀରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଶାରେ ହକିର ବିକାଶ ପାଇଁ ପାଣ୍ଡିଆନ୍ ଙ୍କ ଅବଦାନ ଉଲ୍ଲେଖଯୋଗ୍ୟ ବୋଲି ଏଫଆଇଏଚ କହିଛି ।
Congratulations to Mr. V Karthikeyan Pandian, IAS, and Private Secretary Private Secretary to Chief Minister, Odisha, on being recognised with the FIH Presidents Award during the #47thFIHCongress today. 👏
(1/2) pic.twitter.com/JWqU1rzzZb
— Hockey India (@TheHockeyIndia) May 22, 2021
ଓଡ଼ିଶାରେ ହକିର ବିକାଶ ପାଇଁ ପାଣ୍ଡିଆନ୍ ଙ୍କ ଅବଦାନ ଉଲ୍ଲେଖଯୋଗ୍ୟ -ଏଫଆଇଏଚ
ଆନ୍ତର୍ଜାତିକ ହକି ଫେଡେରେସନର ଏହି ସ୍ୱୀକୃତି ପାଇଁ ହକି ଇଣ୍ଡିଆ ଶ୍ରୀ ପାଣ୍ଡିଆନ୍ ଙ୍କୁ ଶୁଭେଚ୍ଛା ଜଣାଇଛି । ଓଡ଼ିଶାରେ ହକିର ପ୍ରସାର ପାଇଁ ତାଙ୍କର ଅବଦାନ ପ୍ରଶଂସାଯୋଗ୍ୟ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ, ଓଡ଼ିଶାରେ ହକି ଭିତ୍ତିଭୂମିର ବିକାଶ ସାଙ୍ଗକୁ ଭୁବନେଶ୍ୱରରେ ୨୦୧୮ ବିଶ୍ୱକପ୍ ହକିର ସଫଳ ଆୟୋଜନ ପଛରେ ଶ୍ରୀ ପାଣ୍ଡିଆନ୍ ଙ୍କ ଭୂମିକାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । କ୍ରୀଡ଼ାପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ ସେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ନେଇ କାର୍ଯ୍ୟକାରୀ କରିଥିଲେ । ଭୁବନେଶ୍ୱରରେ ୨୦୧୮ ବିଶ୍ୱକପ୍ ର ସଫଳ ଆୟୋଜନ ଯୋଗୁଁ ୨୦୨୩ ବିଶ୍ୱକପ୍ ର ଆୟୋଜନ ଓଡ଼ିଶାକୁ ପୁନଶ୍ଚ ମିଳିଛି । ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ ।
5t sec vk pandian conferred with fih presidents award