ଭୋର ୫ଟାରେ ବରୁଣେଇ ପୀଠରେ 5T ଅଧ୍ୟକ୍ଷ, ମା’ଙ୍କ ଆଶୀର୍ବାଦ ନେବା ସହ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋର ୫ଟାରେ ଖୋର୍ଦ୍ଧା ବରୁଣେଇ ପୀଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରିଥିଲେ । ପୂଜାର୍ଚ୍ଚନା କରିବା ସହ ବେଢା ପରିକ୍ରମା କରିଥିଲେ । ଏହାପରେ ମନ୍ଦିରର ରୂପାନ୍ତରଣ ନେଇ ବରିଷ୍ଠ ଅଧିକାରୀ ଏବଂ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଭକ୍ତଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦେବା ସହ ମନ୍ଦିରର ଉନ୍ନତିକରଣ ପାଇଁ ଟିକିନିଖି ଭାବେ ଅନୁଧ୍ୟାନ କରିଛନ୍ତି।

ମନ୍ଦିର ଚାରିପାଖ ବୁଲି ଦେଖିବା ସହ କିଭଳି ଉନ୍ନତିକରଣ କାର୍ଯ୍ୟ କରାଯାଉଛି ସେନେଇ ସମୀକ୍ଷା କରିଥିଲେ । ପୀଠରେ ଥିବା ସୀତାକୁଣ୍ଡ, ବରୁଣେଇ ପାହାଡ଼ ଶିଖରକୁ ଯିବା ପାଇଁ ରାସ୍ତା ଏବଂ ରୋପୱେ ଇତ୍ୟାଦି କାର୍ଯ୍ୟର ଅନୁଧ୍ୟାନ କରିଥିଲେ । କାର୍ତ୍ତିକ ପାଣ୍ଡିଆନଙ୍କ ସହ କ୍ରୀଡ଼ା ସିଚବ ଭିନିଲ କ୍ରିଷ୍ଣା, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।