ଭଲ ମଣିଷ ହେବା ଲାଗି ଶିକ୍ଷା, ସଂସ୍କାର ସହ ସଠିକ ମାର୍ଗ ଦର୍ଶନ ଆଉ ଆଶ୍ରିବାଦ ଲୋଡ଼ା : ଡ଼କ୍ଟର ଦେବ୍ ମହାନ୍ତି 

ଡ଼କ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଆଶୀର୍ବାଦ ମହୋତ୍ସବ

ଭୁବନେଶ୍ୱର : ପୂର୍ବରୁ ଗୁରୁକୂଳ ଆଶ୍ରମରେ ଶିକ୍ଷା ସମାପ୍ତ ହେବା ପରେ ବିଦ୍ୟାର୍ଥୀମାନେ ଗୁରୁଙ୍କ ଠାରୁ ଆଶୀର୍ବାଦ ନେଉଥିଲେ ଆଉ ଗୁରୁଜୀ ମଧ୍ୟ ଆଗକୁ ଜୀବନ ବଞ୍ଚିବାର ମାର୍ଗ ଦେଖାଇବା ସହ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଉଥିଲେ। ଠିକ ସେହିଭଳି ଏକ ଅନୁରୂପ ଆଶୀର୍ବାଦ ମହୋତ୍ସବ ଦେଖିବାକୁ ମିଳିଛି ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଖଣ୍ଡସାହି ସ୍ଥିତ ଡ଼କ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲ ଏଭଳି କିଛି ଅଭିନବ ପ୍ରୟାସରେ ଦେଖିବାକୁ ମିଳିଛି.ବିଦ୍ୟାଳୟରେ ଚଳିତ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ସମ୍ମନିତ କରିବା ସହ ମଂଚାସିନା ଅତିଥି ମାନେ ଆଗାମୀ ଦିନରେ କିଭଳି ବିଦ୍ୟାର୍ଥୀମାନେ ସଫଳ ହୋଇପାରିବ ସେନେଇ ଦିଗଦର୍ଶନ ପୂର୍ଣ୍ଣ ଆଶୀର୍ବାଦ ଦେଇଥିଲେ। ଶତ ପ୍ରତିଶତ ବିଦ୍ୟାର୍ଥୀ ଏ ବର୍ଷ ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ବିଦ୍ୟାଳୟରେ କାର୍ଯ୍ୟରତ ଗୁରୁଜୀ ଗୁରୁମା ମାନଙ୍କୁ ମଧ୍ୟ ମଞ୍ଚରେ ଅତିଥି ମାନଙ୍କ ଦ୍ୱାରା ସମ୍ମନିତ କରିବା ସହ ବହୁ ଅବସର ପ୍ରାପ୍ତ ଗୁରୁମାନଙ୍କୁ ମଧ୍ୟ ସମ୍ମନିତ କରାଯାଇଛି।ଡ଼କ୍ଟର ଦେବ ମହାନ୍ତି ପବ୍ଲିକ ସ୍କୁଲର ପ୍ରତିଷ୍ଠା ଚେୟାରମ୍ୟାନ ଡ଼କ୍ଟର ଦେବ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛତ୍ରୀ ମାନଙ୍କ ଶିକ୍ଷା ସହ ସଂସ୍କାର ଉପରେ ଗୁରୁତ୍ୱ ଦେବା ସହ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ଲାଗି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବ୍ରଜ ଗୌରୀ ଟ୍ରଷ୍ଟର ଟ୍ରଷ୍ଟି ହରପ୍ରିୟା ମହାନ୍ତି, ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ବିମଲ ପ୍ରସାଦ ମିଶ୍ର, ପ୍ରଫେସର ତକ୍ଟର ସୁଧାଂଶୁ ମିଶ୍ର,ପ୍ରଫେସର ପୁଷ୍ପଲତା ମିଶ୍ର, ଅର୍ଥ ନୀତି ବିସାରଦ ଅବସର ପ୍ରାପ୍ତ ଅଧକ୍ଷ,ପ୍ରଫେସର ପ୍ରଣବ ପ୍ରକାଶ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛତ୍ରୀ ମାନଙ୍କୁ ଆଶ୍ରିବାଦ କରିବା ସହ ଭବିଷ୍ୟତ କ୍ୟାରିଅର ଗଢିବା ଲାଗି ଟିପ୍ସ ଦେଇଥିଲେ.ଉତ୍ସବରେ କୃତି ଛାତ୍ର ଛାତ୍ରୀ ଶିକ୍ଷକ ଏବଂ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ କ୍ଷେତ୍ରରେ ଥିବା ବିଶିଷ୍ଟ ବକ୍ତିତ୍ୱ ମାନଙ୍କୁ ସମ୍ବଦ୍ଧତ କରାଯାଇ ଥିଲା. ଏହି ଅବସରରେ ଛାତ୍ର ଛତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ.