ଆଜି ଭୁବନେଶ୍ୱରରୁ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଆଜି ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ । ସଂଗରୋଧରୁ ୨୨୧ ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୩୫୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଆଜି ମୋଟ ୩୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ବିଏମ୍‌ସିର ସୂଚନା ଅନୁସାରେ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଆଇଆରସି ଭିଲେଜରୁ ୧୧ ଜଣ, ଖାରବେଳନଗରସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରୁ ୮ ଜଣ, ସରକାରୀ ହସ୍‌ପିଟାଲରୁ ୭ ଜଣ, ଭିଏସ୍‌ଏସ୍‌ ନଗରରୁ ୬ ଜଣ, ରିଜର୍ଭ ପୁଲିସ କଲୋନିରୁ ୫ ଜଣ ଅଛନ୍ତି।

ଆଜି ଶୈଳଶ୍ରୀ ବିହାର, ଆଇଆରସି ଭିଲେଜରୁ ୧୦-୧୦ ଜଣ, ଖଣ୍ଡଗିରିରୁ ୮ ଜଣ, ୭ମ ବାଟାଲିଅନ, ନୟାପଲ୍ଲୀ, ଲକ୍ଷ୍ମୀସାଗର, ଜୟଦେବବିହାର, ସହିଦ ନଗର, ପୋଖରୀପୁଟରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହିତ ମୋଟ ୩୫୯ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଭୁବନେଶ୍ୱରରୁ ୩୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ୟୁନିଟ-୪ରୁ କେବଳ ୩୯ ଜଣ ଅଛନ୍ତି। ସେହିପରି ଖଣ୍ଡଗିରି, ଟଙ୍କପାଣି ରୋଡ, ଭରତପୁର ବସ୍ତିରୁ ୭ ଜଣ ଲେଖାଏଁ, ସତ୍ୟନଗର ଏଚବି କଲୋନିରୁ ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।