୧୪ରେ ଉଦ୍ଘାଟିତ ହେବ ପ୍ରଧାମନ୍ତ୍ରୀ ମ୍ୟୁଜିୟମ୍

ଆସନ୍ତା ୧୪ ଅପ୍ରେଲ ତାରିଖରେ ନୂଆ ଦିଲ୍ଲୀ ଠାରେ ଥିବା ତିନ୍ ମୂର୍ତ୍ତି ଭୱନରେ ଖୋଲିବାକୁ ଯାଉଛି ପ୍ରଧାମନ୍ତ୍ରୀଙ୍କ ସଂଗ୍ରାହଳୟ। ଏହା ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ଓ ତାଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ତିଆରି ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ଅନୁଯାୟୀ ଏହା ପ୍ରଧାମନ୍ତ୍ରୀଙ୍କର ଆଦର୍ଶ ଓ କାର୍ଯ୍ୟକାଳ ନିର୍ବିଶେଷରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସ୍ୱୀକୃତି ଦେବ।

ଅପ୍ରେଲ ୧୪ ଅର୍ଥାତ ଡାକ୍ତର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଏହାକୁ ଉଦଘାଟନ କରିବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ସଂଗ୍ରାହଳୟ ଉନ୍ମୋଚନ କରିବାକୁ ସରକାର ପ୍ରସ୍ତୁତ କରିଛନ୍ତି ୧୦ ହଜାର ୪୯୧ ବର୍ଗ ମିଟର ସ୍ଥାନ। ଏହି ନୂତନ ସଂଗ୍ରାହଳୟରେ ହୋଲଗ୍ରାମ, ଇଣ୍ଟରାକ୍ଟିଭ୍ କିଓସ୍କ ଏବଂ ସ୍କ୍ରିନ୍, କିନେଟିକ ମୂର୍ତ୍ତି ଏବଂ ସ୍ମାର୍ଟଫୋନ୍ ଆପ୍ଲିକେସନ୍ ଭଳି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ରହିଛି ଓ ସଜାଯାଇଛି ବୋଲି ଜଣାପଡିଛି।

ଅପ୍ରେଲ ୧୪ ରେ ଭାରତର ବରିଷ୍ଠ ନେତାମାନଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଂଗ୍ରହାଳୟକୁ ଉନ୍ମୋଚନ କରିବେ। ଏହା ସହିତ ଭାରତର ସମସ୍ତ ପ୍ରଧାମନ୍ତ୍ରୀଙ୍କ ବିଷୟରେ ସୂଚନା ଦେବେ ମୋଦି। ଏହି ମ୍ୟୁଜିୟମରେ ଏକ ଲୋଗୋ ମଧ୍ୟ ରହିଛି, ଯେଉଁଥିରେ ଭାରତବାସୀମାନେ ଏକ ଚକ୍ର ଧରିଥିବାର ଦେଖାଯାଉଛି। ଯାହାକି ଗଣତନ୍ତ୍ରର ପ୍ରତୀକ ଅଟେ।

ଏହି ସଂଗ୍ରହାଳୟରେ ଜନତା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ଓ କାର୍ଯ୍ୟକାଳ ବିଷୟରେ ଜାଣିପାରିବେ। ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ମଧ୍ୟ ଏଠାରେ ଦର୍ଶାଯାଇଛି । ଏହି ଉଦଘାଟନୀ ଉତ୍ସବରେ ଦେଶର ସମସ୍ତ ବଡ଼ ବଡ଼ ନେତା ମନ୍ତ୍ରୀ ଯୋଗ ଦେବେ। ଏହି ମ୍ୟୁଜିୟମରେ ନୂଆ ଟେକ୍ନୋଲଜି ଦ୍ଵାରା ସମସ୍ତ ଡିଜାଇନ୍ କରାଯାଇଛି। ଏହା ସହିତ ଦିଲ୍ଲୀର ବାର୍ଷିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ଏହି ମ୍ୟୁଜିୟମ ଆଗାମୀ ପିଢିଙ୍କୁ ଅନେକ କିଛି ଶିକ୍ଷା ଦେବା ବୋଲି ମନ୍ତ୍ରୀମାନେ କହିଛନ୍ତି। ତେବେ ଏହି ସବୁ ସୂଚନା ଦୂରଦର୍ଶନ, ଫିଲ୍ମ ଡିଭିଜନ୍, ସାଂସଦ ଟିଭି, ପ୍ରତିରକ୍ଷା ମନ୍ତ୍ରଣାଳୟ, ଗଣମାଧ୍ୟମ ଏବଂ ବୈଦେଶିକ ବ୍ୟାପାର ଦ୍ୱାରା ସଂଗ୍ରହ କରାଯାଇଥିଲା।