ଆମେରିକାରେ ୫୬ ହଜାର ଟପିଲା କରୋନା ମୃତକଙ୍କ ସଂଖ୍ୟା

ନ୍ୟୁୟର୍କ : ସାରା ବିଶ୍ୱରେ କରୋନା ଭୂତାଣୁ ମହାମାରୀର ପ୍ରଭାବ ବଢ଼ିବାରେ ଲାଗିଛି। ଏହି ମହାମାରୀର ସବୁଠାରୁ ଭୟଙ୍କର ବିସ୍ଫୋରଣ ମହାଶକ୍ତି ଦେଶ ଭାବେ ପରିଗଣିତ ଆମେରିକାରେ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ ୧୩୦୩ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ପ୍ରତିଦିନ ପ୍ରାୟ ୧୦୦୦ ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଆମେରିକାରେ ବର୍ତମାନ ପର୍ଯ୍ୟନ୍ତ ୫୬ ହଜାର ୧୬୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ, ଆମେରିକାରେ ଏପର୍ଯ୍ୟନ୍ତ ପ୍ରାୟ ୯ ଲକ୍ଷ ୮୭ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଆମେରିକାରେ ଜାନୁଆରୀରୁ କରୋନା ଭୂତାଣୁଙ୍କ ଯୋଗୁଁ ପୀଡିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି।