ଆଜି କଟକରୁ ୫୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ପୁଣି ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୫୪ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୨ ଜଣ ଲୋକାଲ କେସ । ତେବେ ସରକାରୀ ଇନଷ୍ଟିଚୁ୍ୟସନାଲ କ୍ୱାରେଣ୍ଟାଇନରୁ ୭ ଜଣ ଓ ହୋମ କ୍ୱାରେଣ୍ଟାଇନରୁ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଟକ ସହରରୁ ଏପର୍ଯ୍ୟନ୍ତ ୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୨୧ ଜଣ ସୁସ୍ଥ ହୋଇଥିବା ବେଳେ ୫୦୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, କରୋନା ଯୋଗୁଁ ୧୦ ଜଣଙ୍କର ପ୍ରାଣହାନୀ ଘଟିଛି ।

ଚଣ୍ଡିମନ୍ଦିର ଛକ ନିକଟ ଖ୍ରୀଷ୍ଟିଆନ ସାହିରୁ ଆଜି ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୩ ବର୍ଷର ବାଳକ ସମେତ ୮୫ ବର୍ଷୀୟ ମହିଳା ସାମିଲ ଅଛନ୍ତି । ସେହିପରି ମାଲଗୋଦାମ ନିକଟ ବେହେରା ସାହିରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୭ ଜଣ ମହିଳା ଥିବା ବେଳେ ୩ ଜଣ ହେଉଛନ୍ତି ପୁରୁଷ ।