ନାଲକୋକୁ ସମ୍ମାନ ଜନକ ଗୋଲଡେନ୍ ପିକକ୍ ଜାତୀୟ ପୁରସ୍କାର ପ୍ରଦାନ

ଦେଶର ଅଗ୍ରଣୀ ବକ୍ସାଇଟ୍-ଆଲୁମିନା-ଆଲୁମିନିୟମ୍-ଶକ୍ତି ଉତ୍ପାଦନକାରୀ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)କୁ ସଷ୍ଟେନେବଲ୍ ମାଇନିଂ ଏବଂ ପରିବେଶ ଅନୁକୂଳ କାର୍ଯ୍ୟଶୈଳୀ ପାଇଁ ସମ୍ମାନଜନକ “ଗୋଲ୍ଡେନ୍ ପିକକ୍ ଆୱାର୍ଡ୍ ଫର ସଷ୍ଟେନେବିଲିଟି”ପୁରସ୍କାରର ଜାତୀୟ ବିଜେତା ଭାବରେ ସମ୍ମାନିତ କରାଯାଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ ଦ୍ୱାରା ଆୟୋଜିତ ଏକ ଆଭାସୀ ଅଧିବେଶନରେ ନାଲକୋ ସିଏମଡି ଶ୍ରୀ ଶ୍ରୀଧର ପାତ୍ର ୨୩ ମାର୍ଚ୍ଚ ୨୦୨୨ ତାରିଖରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ଅବସରରେ,ଶ୍ରୀ ପାତ୍ର, ପରିବେଶ ସୁପରିଚାଳନା ଏବଂ ସଷ୍ଟେନେବଲ୍ ମାଇନିଂ କ୍ଷେତ୍ରରେ ଉତ୍କୃଷ୍ଟ ଅଭ୍ୟାସ ଅନୁପାଳନ ପ୍ରତି କର୍ମଚାରୀମାନଙ୍କର ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲେ । ”ଏହି ପୁରସ୍କାରଟି,ନାଲକୋ ଦ୍ୱାରା ଅନୁସରଣ କରାଯାଇଥିବା ଉଚ୍ଚମାନର ପରିବେଶ, ସାମାଜିକ ଏବଂ ସୁଶାସନ ରଣନୀତିରସ୍ୱୀକୃତି ଅଟେ । ନାଲକୋର ସମସ୍ତ କର୍ମଚାରୀମାନଙ୍କର କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବର ଏହା ଏକ ମହତ୍ୱପୂର୍ଣ୍ଣ ନିଦର୍ଶନ ଯାହା କମ୍ପାନୀପାଇଁ ଏହି ପୁରସ୍କାର ପ୍ରାପ୍ତିରେ ସହାୟକ ହୋଇଛି” ବୋଲି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି ।

ଆର୍ଥିକ, ସାମାଜିକ, ପରିବେଶ ଏବଂ ଶକ୍ତି ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ନିର୍ଦ୍ଦିଷ୍ଟ ଧ୍ୟାନ ପ୍ରଦାନ କରି,ନିରନ୍ତର ବିକାଶ ହାସଲ କରିବା ନାଲକୋର ବ୍ୟବସାୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । କମ୍ପାନୀର କାର୍ଯ୍ୟଶୈଳୀ ତଥା ନିୟମାବଳୀ ଏବଂ କାର୍ଯ୍ୟସଂସ୍କୃତିରେ କ୍ରମାଗତ ଉନ୍ନତି ଏହାର ସମସ୍ତ ଅଂଶ ଧାରକମାନଙ୍କ ସନ୍ତୁଷ୍ଟିବୃ ଦ୍ଧିରେ ସହାୟକ ହେଉଅଛି । ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ଖଣି ବିଭାଗ ନାଲକୋର ଉତ୍କର୍ଷ ଖଣି କାର୍ଯ୍ୟ ପାଇଁ ୫-ଷ୍ଟାର୍ ରେଟିଂ ପ୍ରଦାନ କରିଛନ୍ତି ।

ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ (ଓଙଊ) ଦ୍ୱାରା ପ୍ରତିଷ୍ଠିତ ଏହି ଗୋଲଡେନ୍ ପିକକ୍ ପୁରସ୍କାର, କର୍ପୋରେଟ୍ ଉତ୍କର୍ଷତାକ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ୱୀକୃତି ଅଟେ।