ପଞ୍ଚାୟତ ନିର୍ବାଚନରେ ନକଲି ଭୋଟରଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ନକଲି ଭୋଟରଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ । ନକଲି ଭୋଟର ସାଜି ଭୋଟ୍ ଦେଲେ ପୋଲିସର ଜିମା ଦିଆଯିବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ ଏହି ସୂଚନା ଦେଇଛନ୍ତି । ଏହାସହ ପଞ୍ଚାୟତ ନିର୍ବାଚନରେ ଟେଣ୍ଡର ଭୋଟ୍ ଓ ଚ୍ୟାଲେଞ୍ଜ ଭୋଟକୁ ନେଇ ସୋସିଆଲ୍ ମିଡିଆରେ ହେଉଥିବା ଗୁଜବ ଉପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି ।

ଫେକ୍ ଭୋଟର ମାନଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ । ଫେକ୍ ଭାବେ ଭୋଟ ଦେଲେ ଦିଆଯିବ ପୋଲିସର ଜିମା । ଚାଲେଞ୍ଜ ଭୋଟ ଏଂବ ଟେଣ୍ଡଡ଼ ଭୋଟ ଭାବରେ ଫେକ୍ ଭୋଟର ଭୋଟ ଦେଇଥାନ୍ତି l
ଚାଲେଞ୍ଜ ଭୋଟ ହେଉଛି, ଯଦି ପ୍ରାଥି ମାନଙ୍କ ଏଜେଣ୍ଡ କୌଣସି ଭୋଟରର ପରିଚୟ ଉପରେ ଆପତ୍ତି କରନ୍ତି ତେବେ ଏଜେଣ୍ଡ ମାନେ 2 ଟଙ୍କା ଦେଇ ତାଙ୍କର ପରିଚୟକୁ ଚ୍ୟାଲେଞ୍ଜ କରି ପାରିବେ । ପ୍ରିଜାଇଡ଼ିଙ୍ଗି ଅଫିସର ମାନେ ସ୍ପଟ ଉପରେ ତାହାର ଯାଞ୍ଚ କରିବେ । ଯଦି ଅଭିଯୋଗ ଟି ସତ୍ୟ ପ୍ରମାଣିତ ହେଲା ସେହି ଲୋକ ଙ୍କୁ ପୋଲିସର ଜିମା ଦିଆଯିବ । ଯଦି ଅଭିଯୋଗ ସତ ନୁହେଁ ସେ ଭୋଟ ଦେଇ ପାରିବେ ।
ଟେଣ୍ଡଡ଼ ଭୋଟ ହେଉଛି ,ଯଦି ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଇ ଦେଇଥିବ । ସେହି କ୍ଷତ୍ରରେ ସେହି ଭୋଟର ଙ୍କୁ ଟେଣ୍ଡଡ଼ ଭୋଟ ପାଇଁ ଅନୁମତି ଦିଆଯିବ । ମାତ୍ର ସେ ଭୋଟ ଦେଇଥିବା ବାଲାଟ ପେପର କୁ ଅଲଗା ରଖାଯିବ । ଏବଂ ତାଙ୍କ ଭୋଟ ଟିକୁ କାଉଣ୍ଟ କରାଯିବ ନାହିଁ । ଟାଇ ଅବସ୍ଥାକୁ ଆସିଲେ ଗଣନା କରାଯିବl
ଅନ୍ୟପଟେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୁଲିଂ ଅଫିସର ମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ନଥିବା କଥା କହିଲେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧିକାରୀ ।