ଓଡ଼ିଶା ସ୍ବାସ୍ଥ୍ୟ ସେବାକୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର: ରାଜ୍ୟର ସ୍ବାସ୍ଥ୍ୟ ସେବାକୁ ପ୍ରଶଂସା କରିଛି ନୀତି ଆୟୋଗ ।  ଓଡ଼ିଶାରେ ମିଳୁଛି ଉନ୍ନତମାନର ଚିକିତ୍ସା ସୁବିଧା । ଡାକ୍ତରଖାନାରେ ରୋଗୀ ଓ ସମ୍ପର୍କୀୟଙ୍କୁ ଚିକିତ୍ସା ସାଙ୍ଗକୁ ଭଲ ବ୍ୟବହାର ମଧ୍ୟ କରାଯାଉଛି । ଏଥିପାଇଁ ରାଜ୍ୟର ସ୍ବାସ୍ଥ୍ୟ ସେବାକୁ ପ୍ରଶଂସା କରିଛି ନୀତି ଆୟୋଗ । ମଧ୍ୟମ ଧରଣର ମେଡିକାଲ ଭାବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଦେଶର ଏକ ନମ୍ବର ହସ୍ପିଟାଲର ମାନ୍ୟତା ମିଳିଛି । ଏଠାରେ ରୋଗୀ ସଂଖ୍ୟା ହିସାବରେ ଡାକ୍ତର, ନର୍ସିଂ ଷ୍ଟାଫ, ହେଲଥ ଷ୍ଟାଫ ରହିଛନ୍ତି ।

ଏହା ସହିତ ଉନ୍ନତ ମାନର ଚିକିତ୍ସା ସାଙ୍ଗକୁ ରୋଗୀଙ୍କର ଉଚିତ୍ ଯତ୍ନ ନିଆଯାଉଛି । ରୋଗୀ ସେମାନଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନା ତରଫରୁ ଭୟ ବ୍ୟବହାର ମଧ୍ୟ କରାଯାଉଛି । ବିଭିନ୍ନ ମାନଦଣ୍ଡ ଅନୁସାରେ ଭୀମ ଭୋଇ ମେଡିକାଲ କଲେଜ ଦେଶରେ ଅନ୍ୟ ଡାକ୍ତରଖାନା ଠାରୁ ଭଲ ସ୍ଥିତିରେ ରହିଛି । ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଉନ୍ନତ କରିବାକୁ ରାଜ୍ୟ ସରକାରଙ୍କ ଅହରହ ପ୍ରଚେଷ୍ଟା କରୁଛନ୍ତି ।

ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଏବଂ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଉଦ୍ୟମରେ ଭୀମ ଭୋଇ ମେଡିକାଲ କଲେଜକୁ ସଫଳତା ମିଳିଛି ବୋଲି ଜିଲ୍ଲାପାଳ କହିଛନ୍ତି । ବଲାଙ୍ଗୀର ପଛକୁ ମୟୁରଭଞ୍ଜ ମେଡିକାଲକୁ ମଧ୍ୟ ନୀତି ଆୟୋଗ ତରଫରୁ ପ୍ରଶଂସା କରାଯାଇଛି । ଦେଶରେ ରୋଗୀଙ୍କୁ ଭଲ ବ୍ୟବହାର କରୁଥିବା ଆଧାରରେ ୭ଶହରୁ ୮ଶହ ହସ୍ପିଟାଲକୁ ନେଇ ଗ୍ରେଡେସନ କରାଯାଇଥିଲା ।ଏଥିରେ ବଲାଙ୍ଗୀର ଜିଲ୍ଲା ଏକ ନମ୍ବର ସ୍ଥାନରେ ରହି ସଫଳତା ହାସଲ କରିଛି ।