ବଢୁଛି ବିଜେଡି ବଳ : ରାୟଗଡା ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର : ରାୟଗଡାରେ ଭାଙ୍ଗୁଛି ବିରୋଧୀଙ୍କ ଘର, ବଢୁଛି ବିଜେଡି ଦୁର୍ଗ । ବିଜେପି ଓ କଂଗ୍ରେସ ଛାଡି ଶତାଧିକ କର୍ମୀ ଓ ନେତା ଆଜି ବିଜେଡିରେ ଯୋଗ ଦେବା ପରେ ରାୟଗଡା ବିଜେଡିର ବଳ ବଢିଛି । ରାୟଗଡା ଜିଲ୍ଲାର ବିଭିନ୍ନ ଦଳର କର୍ମକର୍ତ୍ତା ତଥା କର୍ମୀ ମାନେ ଆଜି ନିଜ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେପି ଦଳର ଅନେକ ବରିଷ୍ଠ ନେତା ବିଜେଡ଼ିରେ ମିଶିଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସଦସ୍ୟ ଏନ.ଭାସ୍କର ରାଓଙ୍କ ଉପସ୍ଥିତିରେ ଏହି ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହାଦ୍ବାରା ରାୟଗଡ଼ାରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି । ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲାରେ ବିଜେଡି ସଂଗଠନ ଅଧିକ ମଜଭୁତ ହେବ । ଲୋକ ଜାଣିଛନ୍ତି, ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ କାମ କରନ୍ତି । ତେଣୁ ସେମାନେ ବିଜେଡି ଉପରେ ଆଶା ଓ ଭରସା ରଖିଛନ୍ତି । ସେହିଭଳି ବିଜେଡିରେ ମିଶିଥିବା ରାୟଗଡ଼ାର ପୂର୍ବତନ କଂଗ୍ରେସ ନେତା ରାବଳା ମାଝୀ ମଧ୍ୟ ନବୀନଙ୍କ ଲୋକାଭିମୁଖୀ କାମରେ ଉତ୍ସାହିତ ହୋଇ ବିଜେଡିରେ ଯୋଗଦେଇଥିବା କହିଛନ୍ତି ।

ବିଧାୟକ ଅତନୁ ସବ୍ୟସାଚି ନାୟକ ବିଜେଡିର ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟୀତ୍ୱ ନେବା ପରେ ଜିଲ୍ଲାରେ ସଙ୍ଗଠନ ଆହୁରି ବଢିଛି । ଜିଲ୍ଲାର ମନ୍ତ୍ରୀ, ବିଧାୟକ, ସାଂସଦ ଓ ରାଜ୍ୟ ସ୍ତତର ନେତାଙ୍କ ଠୁ ଆରମ୍ଭ କରି ଜିଲ୍ଲା ନେତାଙ୍କୁ ଏକାଠି କରି ସଙ୍ଗଠନ ସଜାଡିବାରେ ଲାଗିଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରି ଓ୍‌ବାଡ ସ୍ତତରୁ ସଙ୍ଗଠନ କିପରି ମଜଭୁତ ହେବ ସେନେଇ ପ୍ରାୟସ ଚଳାଇଛନ୍ତି । ଆଉ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ଛାଡି ନେତା ଓ କର୍ମୀ ବିଜେଡିରେ ମିଶିବା ଜିଲ୍ଲାରେ ବିଜେଡି ବଳ ବଢାଉଥିବା କୁହାଯାଉଛି ।