ସହରାଞ୍ଚଳ ବିକାଶରେ ମିଶନ ଶକ୍ତିର ସହଭାଗିତା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‍ଏଚ୍‍ଜି) ଏବଂ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ପ୍ରଭାବଶାଳୀ ସହଭାଗୀତା ବର୍ତ୍ତମାନ ରାଜ୍ୟରେ ମହିଳାଗୋଷ୍ଠି ଏବଂ ମହିଳା ନେତୃତ୍ୱାଧୀନ ସହରାଞ୍ଚଳ ବିକାଶ ମଡେଲକୁ ଆଗକୁ ବଢାଉଛି । ଏହି ମଡେଲ ୧୬,୦୦୦ ରୁ ଅଧିକ ମିଶନ୍ ଶକ୍ତି ମହିଳା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଗୋଷ୍ଠୀକୁ ସଶକ୍ତ ଓ ଆତ୍ମନିର୍ଭର କରିପାରିଛି ।
ମହିଳା ଗୋଷ୍ଠୀଗୁଡିକ ବର୍ତ୍ତମାନ ସେବା ବିତରଣରେ ଏବଂ ସହରୀ ବିକାଶ କାର୍ଯ୍ୟକ୍ରମରେ ଅଂଶୀଦାର ଭାବରେ କାର୍ଯ୍ୟ କରୁଛନ୍ତି – କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ଯୋଗାଣ ଠାରୁ ରିହାତିଯୁକ୍ତ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଜୀବିକା ର୍ନିବାହ ପର୍ଯ୍ୟନ୍ତ ସବୁଥିରେ ଏମାନଙ୍କ ଯୋଗଦାନ ରହୁଛି ।
ମିଶନ୍ ଶକ୍ତି ମହିଳା ଏସ୍‍ଏଚଜି ମାଧ୍ୟମରେ ସହରୀ ସେବା ବିତରଣରେ ଗୋଷ୍ଠି ଯୋଗଦାନ ବର୍ତ୍ତମାନ ଏକ ଅଣବୁଝାମଣାକାରୀ ଏଜେଣ୍ଡା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‍ଦର୍ଶନରେ ଚଳାଯାଉଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା-ନେତୃତ୍ୱାଧୀନ ଗୋଷ୍ଠିର ପଦକ୍ଷେପ, ମହିଳାମାନଙ୍କର ସାମାଜିକ-ଅର୍ଥନୈତିକ ସଶକ୍ତିକରଣ ଏବଂ ଏକ ଦୃଢ ଅର୍ଥନୀତି ପାଇଁ ଉଦ୍ୟୋଗ ବିକାଶ ଲାଗି ଆଗେଇ ଆସିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି।
୧୩,୫୦୦ ରୁ ଅଧିକ ମିଶନ ଶକ୍ତି ଏସଏଚ୍‍ଜି ଗୁଡିକ ବର୍ତ୍ତମାନ ସହରୀ ରୋଜଗାର ସୃଷ୍ଟିକାରୀ ଯୋଜନା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) କାର୍ଯ୍ୟକାରୀ କରିବାରେ ସହଭାଗୀ ତଥା କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ ଅଛନ୍ତି । ମହିଳା ଏସଏଚ୍‍ଜି ପାଇଁ ଏହି ସ୍କିମ୍ ଏକ ଟ୍ରେଲର ଅଟେ ଯେଉଁଠାରେ ମିଶନ୍ ଶକ୍ତି ଗୋଷ୍ଠୀ ଏବଂ ସେମାନଙ୍କ ମହାସଂଘ ମାଧ୍ୟମରେ କାର୍ଯ୍ୟକାରୀ ଏଜେନ୍ସି ଭାବରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ସିଧାସଳଖ କାର୍ଯ୍ୟକାରୀ ହେଉଛି । ଗତ ୧୫ ମାସ ମଧ୍ୟରେ ରାଜ୍ୟର ୧୧୪ ପୌରାଞ୍ଚଳ ମଧ୍ୟରେ ସହର ସୌନ୍ଦର୍ଯ୍ୟକରଣ ଏବଂ ଖୋଲା ସ୍ଥାନର ବିକାଶ ଭଳି ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିକଟରେ ସାରା ରାଜ୍ୟରେ ୧୦,୦୦୦ ବର୍ଷା ଜଳ ଅମଳ ସଂରଚନା ସୃଷ୍ଟି କରିବାରେ ଏସ୍‍ଏଚ୍‍ଜି ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ଏଥିସହ, ମୁକ୍ତା କାର୍ଯ୍ୟକ୍ରମ ଅନ୍ତର୍ଗତ ବିକାଶମୂଳକ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବାକୁ ମିଶନ୍ ଶକ୍ତି ଗୋଷ୍ଠୀକୁ ସକ୍ଷମ କରିବାକୁ ସେମାନଙ୍କୁ ଶୂନ ସୁଧ ହାର ସହିତ କାର୍ଯ୍ୟକାରୀ ପୁଞ୍ଜି ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯିବ । ମିଶନ୍ ଶକ୍ତି ଏସଏଚ୍‍ଜି ଏବଂ କିନ୍ନର ଗୋଷ୍ଠୀଗୁଡିକ ମଧ୍ୟ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏକତ୍ର କାର୍ଯ୍ୟ କରୁଛନ୍ତି, ଯାହା ପରିମଳ କ୍ଷେତ୍ରରେ ପ୍ରମୁଖ ସେବା ପ୍ରଦାନକାରୀ ଭାବରେ ଉଭା ହୋଇଛି । ସମୁଦାୟ ୨,୩୭୮ ଏସଏଚ୍‍ଜି ବର୍ତ୍ତମାନ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ, ସଂଗ୍ରହ, ପରିବହନ, ପୁନଃ ବ୍ୟବହାର ଏବଂ ନିଷ୍କାସନ କାର୍ଯ୍ୟରେ ନିୟୋଜିତ । ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛ ସାଥି ଭାବରେ ନିୟୋଜିତ ହେବା ବ୍ୟତୀତ ସେମାନେ ବ୍ୟାଟେରୀ ଚାଳିତ ଯାନ ଏବଂ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର, ମାଇକ୍ରୋ ପୁନରୁଦ୍ଧାର ସୁବିଧା ଏବଂ ର୍ନିମାଣ କାର୍ଯ୍ୟରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ମଧ୍ୟ ଚଳାଉଛନ୍ତି । ସେହିଭଳି, ସେମାନେ ଉପଭୋକ୍ତା ଫି ମଧ୍ୟ ସଂଗ୍ରହ କରନ୍ତି ଏବଂ ବିକ୍ରୟ କରିବାରେ ସାହାଯ୍ୟ କରନ୍ତି ।
ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ମହିଳା ଏବଂ କିନ୍ନର ଏସଏଚ୍‍ଜିମାନଙ୍କୁ ସେମାନଙ୍କର ସାମାଜିକ-ଅର୍ତନୈତିକ ସଶକ୍ତିକରଣ ସୁନିଶ୍ଚିତ କରି ଓଡିଶା ଏକ ବଡ ସଫଳତା ପାଇଛି । ଗୋଷ୍ଠୀଗୁଡିକ ଏକ ବର୍ଷରୁ ସଫଳତାର ସହିତ ଏହାର ପରିଚାଳନା କରିଆସୁଛନ୍ତି, ଏହିପରି ୩୫ ଟି ଗୋଷ୍ଠୀ ବର୍ତ୍ତମାନ ୩୪ ଟି ନୂତନ କାରଖାନା ପରିଚାଳନା ପାଇଁ ତାଲିମ ପ୍ରାପ୍ତ ହୋଇଛନ୍ତି । ଏସଏଚ୍‍ଜି ଗୁଡିକ ସମଗ୍ର ରାଜ୍ୟରେ ୧୫୦ ରୁ ଅଧିକ ଗୋଷ୍ଠି ଏବଂ ସାଧାରଣ ଶୌଚାଳୟ ପରିଚାଳନା କରୁଛନ୍ତି ଏବଂ କିଛି ସହରରେ ଶୌଚାଳୟ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ ସଫା କରିବା ଏବଂ ପରିବହନ ପାଇଁ ସେସପୁଲ୍ ଯାନ ମଧ୍ୟ ଚଳାଉଛନ୍ତି ା ଶ୍ରୀ ଜେନା କହିଛନ୍ତି ଯେ ଦେଶରେ ପ୍ରଥମ ଥର ପାଇଁ ମହିଳା ଏବଂ କିନ୍ନର ଏସଏଚ୍‍ଜିମାନେ ବର୍ତ୍ତମାନ ପୁରୁଷ ଏବଂ ବୈଷୟିକ କର୍ମଚାରୀଙ୍କ ସହ ସମାନ ଭାବରେ ମଳ ପରିଚାଳନା କରୁଛନ୍ତି ।
ଶତ ପ୍ରତିଶତ ଘରକୁ ପାନୀୟଜଳ ସଂଯୋଗ ଏବଂ ଗ୍ରାହକ ପରିଚାଳନାରେ ସହାୟତା କରିବାକୁ ବିଭାଗ ସୁଜଳା କାର୍ଯ୍ୟକ୍ରମ କିମ୍ବା ଟ୍ୟାପ୍ ମିଶନରୁ ପାଣି ପାଇଁ ମିଶନ୍ ଶକ୍ତି ଏସଏଚ୍‍ଜି ସହିତ ସହଭାଗିତା କରିଛି । ଜଳ ସାଥୀ ଭାବରେ ଜଣାଶୁଣା ସଦସ୍ୟମାନେ ନିରାପଦ ଜଳ ଏବଂ ସ୍ୱାସ୍ଥ୍ୟ ଉପରେ ଜନସାଧାରଣଙ୍କୁ ସଚେତନ କରନ୍ତି, ମାସିକ ମିଟର ରିଡିଂ ନିଅନ୍ତି, ଗ୍ରାହକଙ୍କ ଘରୁ ଡିଜିଟାଲ୍ ପେମେଣ୍ଟ ସଂଗ୍ରହ କରନ୍ତି ଏବଂ ଗ୍ରାହକଙ୍କ ଅଭିଯୋଗ ସମାଧାନକୁ ସହଜ କରନ୍ତି । ବର୍ତ୍ତମାନ ସମୁଦାୟ ୨୨୨ ଜଳ ସାଥୀ ୫ଟି ପୌରାଞ୍ଚଳରେ ରେ ନିୟୋଜିତ ଥିବାବେଳେ ଖୁବ୍ ଶୀଘ୍ର ୭୦ ପୌରାଞ୍ଚଳରେ ଅତିରିକ୍ତ ୩୩୬ଜଣ ନିୟୋଜିତ ହେବେ ।
ମହିଳା ସଂଗଠନଗୁଡିକ ମଧ୍ୟ ସଫଳତାର ସହ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି ଯାହା ସହରୀ ଗରିବ ଲୋକଙ୍କୁ ରିହାତି ଯୁକ୍ତ ଖାଦ୍ୟ ଯୋଗାଇଥାଏ । ସମୁଦାୟ ୧୫୭ ଏସଏଚ୍‍ଜି ସହଭାଗୀ ଭାବରେ ନିୟୋଜିତ ହୋଇଥିବାବେଳେ ୬ଟି ଏସ୍‍ଏଚ୍‍ଜି ସମ୍ପୂର୍ଣ୍ଣ ଭାବେ ନିୟୋଜିତ ଅଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ୍ ଶକ୍ତି ସହରୀ ଏସଏଚ୍‍ଜି ମଧ୍ୟରେ ସଫଳ ଭାଗିଦାରୀ କେବଳ ମହିଳା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ବର୍ଗଙ୍କ ପାଇଁ ବ୍ୟାପକ ଜୀବିକା ସୁଯୋଗ ପ୍ରଦାନ କରିନାହିଁ ବରଂ ସେମାନଙ୍କର ନେତୃତ୍ୱ ଏବଂ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିଛି । ନିୟୋଜିତ ପ୍ରତ୍ୟେକ ଏସ୍‍ଏଚଜି ସଦସ୍ୟ ବର୍ତ୍ତମାନ ଏହି ସହଯୋଗ ମାଧ୍ୟମରେ ମାସକୁ ୪୦୦୦ ରୁ ୧୦, ୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି । ପ୍ରମୁଖ ସହରୀ କାର୍ଯ୍ୟକ୍ରମରେ ମିଶନ୍ ଶକ୍ତି ଏସଏଚ୍‍ଜି ଗୁଡ଼ିକୁ ସୁରୁଖୁରୁରେ ଏବଂ ଦକ୍ଷତାର ସହିତ ଏକୀକୃତ କରିବା ପାଇଁ, ପୌର କାର୍ଯ୍ୟକର୍ତ୍ତାମାନେ ନିୟମିତ ଭାବରେ ସଦସ୍ୟମାନଙ୍କୁ ସେମାନଙ୍କ ସ୍ଥାନୀୟ ଅଞ୍ଚଳରେ ସହରୀ ଭିତ୍ତିଭୂମି ବିକାଶରେ ଅଂଶଗ୍ରହଣ ଏବଂ ଯୋଗଦାନ ପାଇଁ ସୁଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (ସୁଡା) ନିୟମିତ ଭାବରେ ଗୋଷ୍ଠୀଗୁଡିକ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ସହରାଞ୍ଚଳ ବିକାଶ କ୍ଷେତ୍ରରେ ଗୋଷ୍ଠି ଯୋଗଦାନର ଓଡିଶା ମଡେଲ୍ ମହିଳା ସଶକ୍ତିକରଣକୁ ପାରମ୍ପରିକ ଅଣକୁଶଳୀ / ଅର୍ଦ୍ଧକୁଶଳୀ ଅର୍ଥନୈତିକ କାର୍ଯ୍ୟକଳାପ ଜରିଆରେ ଉଚ୍ଚ-ବୈଷୟିକ ଏବଂ ପରିଚାଳନାଗତ ସ୍ତରକୁ ନେଇଯାଇଛି, ଯାହାକି ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ ଭାବରେ ଉଭା ହୋଇଛି ।