କଟକ ଏସିବିରେ ହେବ ସବୁଠୁ ବଡ଼ ଏକମୋ ୟୁନିଟ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : କଟକ ଏସିବିରେ ଇକୋମୋ ଚିକିତ୍ସା ଆସନ୍ତା 27 ତାରିଖରେ ଆରମ୍ଭ ହେବ। ପୂର୍ବ ଭାରତରେ ସରକାରୀ ଭାବେ ସବୁଠାରୁ ବଡ଼ ୟୁନିଟ ଏହା ହେବ। ଗତକାଲି ଏନେଇ ଏସସିବି ମେଡିକାଲରେ ସମୀକ୍ଷା କରାଯାଇଛି। ସମୁଦାୟ 9ଟି ଇକୋମୋ ମେସିନ ରହିବ ବୋଲିଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ପୂର୍ବ ଭାରତରେ ସରକାରୀ ଭାବେ ସବୁଠାରୁ ବଡ଼ ଏକମୋ ୟୁନିଟ କଟକ ବଡ଼ ଡାକ୍ତରଖାନାରେ ଉପଲବ୍ଧ ହେବ । ଆସନ୍ତା ୨୭ ତାରିଖରୁ ଏକମୋ ୟୁନିଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୯ଟି ଏକମୋ ମେସିନ ପ୍ରସ୍ତୁତ ହୋଇରହିଛି । ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ ।

କୋଭିଡ ସମୟରେ ଏକମୋ ମେସିନର ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର କଟକ ବଡ଼ ମେଡିକାଲରେ ଏହି ସୁବିଧା ଉପଲବ୍ଧ କରିବାକୁ ଯାଉଛନ୍ତି । ଅନେକ ଆକ୍ରାନ୍ତ କୋଭିଡର ପ୍ରଥମ ଲହର ବେଳେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଇଥିଲେ । ସେପଟେ ରାଜ୍ୟ ସରକାରଙ୍କ ଏହି ବଳିଷ୍ଠ ପଦକ୍ଷେପ ଦ୍ୱାରା ରାଜ୍ୟବାସୀଙ୍କୁ ଏହି ଚିକିତ୍ସା ମାଗଣାରେ ଦିଆଯିବ । ଏକମୋ ମେସିନ ପାଇଁ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆସରିଛି ।