୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମାଲକାନଗିରି ଗସ୍ତ : ବିଜେଡିର ଜୋରଦାର ପ୍ରସ୍ତୁତି

ଶୁଭାରମ୍ଭ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ

ମାଲକାନଗିରି: ମାଲକାନଗିରିରୁ  ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ କରିବେ। ମାଲକାନଗିରି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭ ଉଦଘାଟନ କରିବେ। ଏଥିସହ ମନ୍ତ୍ରୀମାନେ ବିଭିନ୍ନ ବ୍ଲକ ସହ ପଞ୍ଚାୟତ ଗସ୍ତ କରି ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବାର ଯୋଜନା ରହିଛି। ବିଧାୟକ ତଥା ରାଜ୍ୟ ସାଙ୍ଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ମାଲକାନଗିରିରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସମସ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି।

ଆଜି ସଂସ୍କୃତି ଭବନ ଠାରେ କର୍ମୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ସେନେଇ ସମସ୍ତଙ୍କୁ ପରାମର୍ଶ ଏବଂ ଦାୟୀତ୍ବ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର ୮ ମନ୍ତ୍ରୀ ମାଲକାନଗିରି ଗସ୍ତ କରି ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତକୁ ଯାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ବୋଲି ଜଣାପଡିଛି।  ମନ୍ତ୍ରୀମାନେ ଡ.ଅରୁଣ ସାହୁ ତୁଷାରକାନ୍ତି ବେହେରା, ସମୀର ରଂଜନ ଦାଶ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ପଦ୍ମନାଭ ବେହେରା, ନବ କିଶୋର ଦାସ, ବିକ୍ରମ କେଶରୀ ଆରୁଖ। ଏଥିସହ ଈଶ୍ବର ପାଣିଗ୍ରାହୀ, ସାଂସଦ ରମେଶ ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଚନ୍ଦ୍ର ସାରଥୀ ବେହେରା, ମାନସ ମମାଡକାମୀ, ଦୁର୍ଗା ପ୍ରସାଦ ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା, ନୃସିଂହ ଚରଣ ମହାନ୍ତି, ଗୋପାଳ ପଣ୍ଡା, ପ୍ରଭାକର ପ୍ରଧାନ ସମେତ ଜିଲ୍ଲାର ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।