ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ କୋଭିଡ୍‌କୁ ପରାସ୍ତ କରିବା ପାଇଁ କୋଭିଡ୍ ସୁରକ୍ଷିତ ଆଚରଣ ଓ ଟୀକାକରଣ ଏକମାତ୍ର ଉପାୟ

ସୁନ୍ଦରଗଡ: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ପ୍ରେସ୍ ସୂଚନା ବ୍ୟୁରୋ (ପିଆଇବି) ବିଭାଗର ସହେଯୋଗରେ ୟୁନିସେଫ୍ ଓଡିଶା ଦ୍ୱାରା ଗଜପତି/ କନ୍ଧମାଳ/ ସୁନ୍ଦରଗଡ ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଏକ ଭର୍ଚୁଆଲ୍ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ରାଜୀନ୍ଦ୍ର ଚୌଧୁରୀ, ପ୍ରେସ୍ ସୂଚନା ବ୍ୟୁରୋ ଏବଂ ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ, ଭୁବନେଶ୍ୱର, ଅଖିଲ୍ କୁମାର ମିଶ୍ର, ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋ ନିର୍ଦ୍ଦେଶକ, ଭୁବନେଶ୍ୱର, ଡ. ତାପସ କୁମାର ପାତ୍ର, ରାଜ୍ୟ ପ୍ରତିଷୋଧକ ଅଧିକାରୀ, ଓଡିଶା, ଡ. ନିଳମାଧବ ସତପଥୀ, (ଏଡିପିଏଚ୍‌ଓ) ଏଫ୍‌ଡବ୍ଲ୍ୟୁ, କୋରାପୁଟ୍‌, ମୋନିକା ନେଲ୍‌ସନ୍‌, ୟୁନିସେଫ୍ ଓଡିଶା କାର୍ଯ୍ୟାଳୟର ମୁଖ୍ୟ, ରାଧିକା ଶ୍ରୀବାସ୍ତ, ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ ଏବଂ ଡ. ଅନିଲ୍ ପଟ୍ଟନାୟକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ୟୁନିସେଫ୍ ଓଡିଶା ଆଦି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୋଭିଡ୍‌ର ଉପଯୁକ୍ତ ଆଚରଣ ଏବଂ ଅଧିକ ଲୋକଙ୍କୁ ଟୀକାକରଣ ପ୍ରତି ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ସୁରକ୍ଷିତ ଆଚରଣ ଓ ଟୀକାକରଣର ପ୍ରଚାରପ୍ରସାର ପାଇଁ ୟୁନିସେଫ୍ ଓଡିଶା, ପିଆଇବି ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମିଳିତ ଭାବେ ଗଣମାଧ୍ୟମ ସହିତ ହାତମିଶାଇଲେ

ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ, ରାଧିକା ଶ୍ରୀବାସ୍ତ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ମୋନିକା ନେଲ୍‌ସନ୍‌, ୟୁନିସେଫ୍ ଓଡିଶା ମୁଖ୍ୟ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ । “ମହାମରୀ ସମୟରେ ସୂଚନା ଦେବାରେ ଗଣମାଧ୍ୟମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି, ବିଶେଷ କରି ଆଦିବାସୀ ପ୍ରବଣ ଅପହଞ୍ଚ ଅଞ୍ଚଳମାନଙ୍କରେ ଏବଂ ଆଦିବାସୀ ସମ୍ପ୍ରଦାୟ, ଯେଉଁମାନେ କି ନିୟମିତ ସୂଚନା ପାଇପାରନ୍ତି ନାହିଁ” । “ସୂଚନା ଏବଂ ଜ୍ଞାନର ଅଭାବ ସହିତ ଭୁଲ୍ ତଥ୍ୟ ଓ ଅନ୍ଧବିଶ୍ୱାସର ପ୍ରସାର ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଟିକାର ଦ୍ୱନ୍ଦ ବଢାଇଥାଏ । ତେଣୁ ଗଣମାଧ୍ୟମ ସୂଚନା ପ୍ରଚାର କରିବାରେ ଯତ୍ନବାନ ହେବା ସହ ସଠିକ୍ ଓ ବୈଜ୍ଞାନିକ ସୂଚନା ଆଦିବାସୀ ସମ୍ପ୍ରଦାୟମାନଙ୍କରେ ପହଞ୍ଚାଇବା ସୁନିଶ୍ଚିତ କରିବା ଉଚିତ୍ ବୋଲି ସେ କହିଥିଲେ । ”
ଅଖିଲ୍ କୁମାର ମିଶ୍ର, ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋ ନିର୍ଦ୍ଦେଶକ, ଭୁବନେଶ୍ୱର କହିଥିଲେ ଯେ, “କେବଳ ନିର୍ଦ୍ଧିଷ୍ଟ ଜିଲ୍ଲାର ଆଦିବାସୀ ଅଞ୍ଚଳ ନୁହେଁ, ବରଂ ତଥାକଥିତ ବିକଶିତ ସହରରେ ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳ ଉପରେ ଧ୍ୟାନ ଦିଆଯିବା ଉଚିତ୍ ।” ରାଜୀନ୍ଦ୍ର ଚୌଧୁରୀ, ପ୍ରେସ୍ ସୂଚନା ବ୍ୟୁରୋ ଏବଂ ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ, ଭୁବନେଶ୍ୱର କହିଥିଲେ ଯେ, “ଭାରତ ଭଳି ବିଭିନ୍ନ ଦେଶରେ ବିଶେଷକରି ଓଡିଶାରେ ଯୋଗାଯୋଗ ଏବଂ ପରିବହନ ସମସ୍ୟା କାରଣରୁ ମୂଳସ୍ତରରେ ପହଞ୍ଚିବା କଷ୍ଟକର ହୋଇଛି । ତେଣୁ ସେପରି ଅସୁରକ୍ଷିତ ସମ୍ପ୍ରଦାୟମାନଙ୍କ ପାଖରେ ପହଞ୍ଚିବା ପାଇଁ ଯୋଗାଯୋଗ ଏବଂ ପାସ୍ପରିକ ଯୋଗାଯୋଗାର ଏକ ମିଶ୍ରଣ ନିୟୋଯିତ ହେବା ଆବଶ୍ୟକ । ୟୁନିସେଫ୍ ସହ ପିଆଇବିର ସହଭାଗୀତାରେ ଅସୁରକ୍ଷିତ ସମ୍ପ୍ରଦାୟ ଅଞ୍ଚଳଗୁଡିକୁ ଚିହ୍ନଟ କରିବା ସହିତ ସଠିକ୍ ସୂଚନା ପହଞ୍ଚାଇବା ଦ୍ୱାରା ବ୍ୟବଧାନକୁ ଦୂର କାରଯାଇପାରିବ ।” ଟୀକାକରଣର ମହତ୍ୱ ବିଷୟରେ ସେ ଆହୁରି ମଧ୍ୟ କହିଥିଲେ ଯେ, “ପୃଥିବୀରେ ଅନେକ ଦେଶ ବର୍ତମାନ ମହାମରୀର ତୃତୀୟ ତରଙ୍ଗ ଦେଇ ଗତି କରୁଛି, କିନ୍ତୁ ଏହା ଧ୍ୟାନ ଦେବା ଉଚିତ୍ ଯେ, ଜନସାଧାରଣଙ୍କୁ ବ୍ୟାପକ ଟୀକାକରଣ ଫଳରେ ରୋଗୀ ମୃତ୍ୟୁ ହାର ଏବଂ ଡାକ୍ତରଖାନାରେ ରାଗୀଙ୍କ ସଂଖ୍ୟା କମ୍ ରହିଛି ।”
ୟୁନିସେଫ୍ ଓଡିଶାର ଡ. ଅନିଲ ପଟ୍ଟନାୟକ କୋଭିଡ୍‌ର ପ୍ରଭାବ ବିଷୟରେ କହିଛନ୍ତି ଯେ, “ଏକାଧିକ ଜଟିଳ ରୋଗରେ ପୀଡିତ ଥିବା ବ୍ୟକ୍ତି, ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କୋଭିଡ୍ ବହୁତ କ୍ଷତିକାରକ ଅଟେ । ମାତ୍ର ୫% ଲୋକ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ ଗୁରୁତର ଭାବରେ ଏହି ରୋଗରେ ପୀଡିତ ହେଉଛନ୍ତି । ଦ୍ୱିତୀୟ ଲହରରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଅଧିକାଂଶ ଯୁବକମାନେ ଏବେ କୋଭିଡ୍‌ରେ ପ୍ରଭାବିତ ହେଉଛନ୍ତି । କୋଭିଡ୍ ପରବର୍ତୀ ଯତ୍ନ ଏବଂ ଅମ୍ଳଜାନ ସ୍ତରରେ ଉନ୍ନତିର ବିଭିନ୍ନ ଦିଗ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ପଲ୍ସ ଅକ୍ସିମିଟର ବ୍ୟବହାର କରି ଅମ୍ଳଜାନ ସ୍ତର ବାରମ୍ବାର ଯାଞ୍ଚ କରିବା ସହିତ ଅମ୍ଳଜାନ ସ୍ତରର ଉନ୍ନତି ପାଇଁ ପ୍ରୋନିଂ ପଦ୍ଧତି ମଧ୍ୟ ଦେଖାଇଥିଲେ ଏବଂ ଏହା ସହିତ କୋଭିଡ୍‌ରେ ଆକ୍ରାନ୍ତ ଥିବା ବ୍ୟକ୍ତି ନିଜର ଅମ୍ଳଜାନ ସ୍ତର ଯାଞ୍ଚ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।”
ଡ. ତାପସ କୁମାର ପାତ୍ର, ରାଜ୍ୟ ପ୍ରତିଷୋଧକ ଅଧିକାରୀ, ଓଡିଶା ଟୀକାକରଣର ନିରାପତ୍ତା ବିଷୟରେ କହିଥିଲେ ଯେ, “ଟିକା ଦ୍ୱାରା ଆମେ ରୋଗର ଗମ୍ଭୀରତା ଠାରୁ ନିଜକୁ ରକ୍ଷା କରିପାରିବା କାରଣ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ସମସ୍ତ ପ୍ରସ୍ତୁତ ହୋଇଥିବା ଟୀକା ନିରାପଦ ଅଟେ କାରଣ ଏହା ପୂର୍ବରୁ ଏକାଧିକ ପର୍ଯ୍ୟାୟ ପରୀକ୍ଷା ଦେଇ ଗତି କରିଥାଏ । ଭାରତରେ ଉପଲବ୍ଧ ହେଉଥିବା ସମସ୍ତ ଟୀକା ମଧ୍ୟ ଆବଶ୍ୟକୀୟ ପ୍ରକ୍ରିୟା ଏବଂ ଉତ୍ପାଦନ ଠାରୁ ଅନୁମୋଦନ ପର୍ଯ୍ୟନ୍ତ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ଦ୍ୱାରା ଅନୁମୋଦିତ ହୋଇଥାଏ । ” ସେ ଏହା ମଧ୍ୟ କହିଛନ୍ତି ଯେ, “ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ସୁରକ୍ଷା ଦେବାପାଇଁ ସରକାର ମଧ୍ୟ ଟୀକାକରଣକୁ ଅନୁମୋଦନ କରିଛନ୍ତି । ଜୁଲାଇ ୧୫ ତାରିଖରୁ ଆଜି ପର୍ଯ୍ୟନ୍ତ ଓଡିଶାରେ ୬୦,୦୦୦ରୁ ଅଧିକ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ କୋଭିଡ୍ ଟୀକାକାରଣ କରାଯାଇଛି ।”
ଡ. ନିଳମାଧବ ସତପଥୀ, (ଏଡିପିଏଚ୍‌ଓ) ଏଫ୍‌ଡବ୍ଲ୍ୟୁ, କୋରାପୁଟ ଟୀକାକରଣର ଫଳପ୍ରଦତା ବିଷୟରେ କହିଛନ୍ତି ଯେ, “ସରକାରଙ୍କ ଦ୍ୱାରା ଅନୁମୋଦିତ ସମସ୍ତ ପାଞ୍ଚଟି ଟୀକାର ଉଚ୍ଚ କାର୍ଯ୍ୟକ୍ଷମତା ହାର ରହିଛି । କୋଭାକ୍ସିନ୍‌, କୋଭିସିଲ୍ଡ ସମେତ ଅନ୍ୟାନ୍ୟ ସମସ୍ତ ଟିକାଗୁଡିକର ହାରାହାରି କାର୍ଯ୍ୟକାରିତା ହାର ୭୦%-୭୫% ରହିଛି । ତେଣୁ ଆମେ ବିନା ଦ୍ୱିଧାରେ ସମସ୍ତେ ଟୀକାକରଣ କରିବା ଉଚିତ୍ ।”
ଏହି କାର୍ଯ୍ୟକ୍ରମରେ ଟୀକାକରଣ ଡୋଜ୍‌, ଡୋଜ ମଧ୍ୟରେ ବ୍ୟବଧାନ ଏବଂ ଆଦିବାସୀ ତଥା ଗ୍ରାମୀଣ ଅଞ୍ଚଳମାନଙ୍କରେ କିପରି ପହଞ୍ଚିପାରିବା ସେ ବିଷୟରେ ଗଣମାଧ୍ୟମ ଦ୍ୱାରା ପଚରାଯାଇଥିବା ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।