ଭଦ୍ରକ ଜିଲ୍ଲାର ନୂତନ କମିଟି ଘୋଷଣା କଲା ବିଜେଡି

ଭୁବନେଶ୍ୱର :  ଭଦ୍ରକ ଜିଲ୍ଲାର ନୂତନ କମିଟି ଘୋଷଣା କଲା ବିଜୁ ଜନତା ଦଳ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜେଡ଼ି ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ହୋଇଛି । ନୂତନ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସ୍ୱାଇଁ ମନୋନୀତ ହୋଇଛନ୍ତି ।

ସେହିପରି ନୂତନ କମିଟିରେ ୮ ଜଣ ଉପସଭାପତି ରହିଥିବାବେଳେ ୧୩ ଜଣଙ୍କୁ ସାଧାରଣ ସଂପାଦକ ତାଲିକାରେ ରଖିଯାଇଛି । ଅନ୍ୟପଟେ ୬ ଜଣଙ୍କୁ ସଂପାଦକ ଭାବେ ମନୋନୀତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଭାନୁ ପ୍ରକାଶ ପଲ୍ଲାଇ, ବିଜୟ କୁମାର ଖଟୁଆ, ଏସ.କେ ଆୟୁବ ଖାନ. ଯୋଗେନ୍ଦ୍ର ପ୍ରସାଦ ସାହୁ, ପର୍ଶୁରାମ ପଣ୍ଡା ଏବଂ ପ୍ରଦୀପ କୁମାର ପଣ୍ଡାଙ୍କୁ ସଂପାଦକ ଭାବେ ନିଯୁକ୍ତ ପାଇଛନ୍ତି । ଭଦ୍ରକ ବିଜେଡ଼ିର ନୂତନ ଟିମ ଘୋଷଣା ନେଇ ବିଜେଡ଼ି ପକ୍ଷରୁ  ଦଳର ଦଳର ସାଧାରଣ ସଂପାଦକ ( ଗଣମାଧ୍ୟମ) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।