ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ଓଡ଼ିଶା ପ୍ରଦେଶ କଂଗ୍ରେସଗଠନ କଲା ପଞ୍ଚାୟତ କମିଟି

ଯଜେ୍ଞଶ୍ୱର ବାବୁ କମିଟି ଆବାହକ

ଭୁବନେଶ୍ୱର  :  ଆଗାମୀ ତ୍ରିସ୍ତରୀୟ ପଂଚାୟତ ରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଯଜେ୍ଞଶ୍ୱର ବାବୁ ଆବାହକ ଥିବା ବେଳେ ଉମା ବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଦେଓ ପ୍ରସାଦ, କୈଳାସ ସାହୁ ପ୍ରମୁଖ ସଦସ୍ୟ ରହିଛନ୍ତି । ଏହି କମିଟି ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କିପରି ମ୍ୟୁନିସପାଲଟି ଏବଂ ପଂଚାୟତ ସଂଗଠନକୁ ପ୍ରସ୍ତୁତ କରାଯିବ ସେଥିନେଇ ସବିଶେଷ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବା ପାଇଁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।