ଆଜି ରାଜ୍ୟରେ ୫୪୩ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ପାର୍‌

ଭୁବନେଶ୍ୱରରାଜ୍ୟରେ ୨୩ ଜିଲ୍ଲାରୁ ନୂଆ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୯ ଜଣ ଲୋକାଲ୍‌ କେସ୍। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼ ଜିଲ୍ଲାରୁ ୫୨, କଟକ ଜିଲ୍ଲାରୁ ୩୯ ଜଣ, ଗଜପତିରୁ ୨୯, ରାୟଗଡ଼ାରୁ ୨୪, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ୨୨ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜଗତସିଂହପୁର ଜିଲ୍ଲାରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାଗିରିରୁ ୧୧ , କେନ୍ଦ୍ରାପଡ଼ାରୁ ୧୦, ବାଲେଶ୍ୱର ଜିଲ୍ଲାରୁ ୮, ପୁରୀ, ବୌଦ୍ଧ ଜିଲ୍ଲାରୁ ୭ ଜଣ ଲେଖାଏ, ଝାରସୁଗୁଡ଼ାରୁ ୬, ବଲାଙ୍ଗିରରୁ ୫ ଓ ବରଗଡ଼ରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ, ଢେଙ୍କାନାଳ , ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏ, ଅନୁଗୁଳ, ଭଦ୍ରକ ଜିଲ୍ଲା, ଯାଜପୁର, ନୟାଗଡ଼ରୁ  ଜଣେ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦ରେ ପହଞ୍ଚିଥିବା ବେଳେ ୯୨୫୫ ଜଣ ସୁସ୍ଥ ହୋଇ ସାରିଲେଣି। ୪୯୨୯ ଜଣ ଚିକିତ୍ସାଧଇନ ଅଛନ୍ତି।