ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ଖେଳ ଖେଳଖତମ

କଟକରୁ ବାରିପଦାକୁ କର୍ଡନ କରି ସିଫ୍ଟ କରାଯାଉଥିଲା, ପରିସ୍ରା ବାହାନାରେ ଖସିଯାଉଥିଲା

ଭୁବନେଶ୍ବର  : ହାଇଦରର କଳା ସାମ୍ରାଜ୍ୟର ପତ୍ତନ । ପୋଲିସ ଏନ୍‌କାଉଣ୍ଟରରେ ସଫା ହୋଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ଏଥି ସହିତ ଦୀର୍ଘଦିନ ଧରି ପତିଆରା ବିସ୍ତାର କରିଥିବା ସେଖ୍ ହାଇଦର ଯୁଗ ​‌ଶେଷ ହୋଇଛି । ଶନିବାର ହାଇଦର୍‌କୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ନେଉଥିବା ସମୟରେ ରାସ୍ତାରେ ସେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଏନ୍‌କାଉଣ୍ଟର କରିଥିଲା ପୋଲିସ । ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା ପରେ ତାକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାର ମୃତ୍ୟୁ ଘଟିଛି ।

କଡ଼ା ପୋଲିସ ବଳୟରେ କଟକରୁ ବାରିପଦାକୁ କର୍ଡନ କରି ସିଫ୍ଟ କରାଯାଉଥିଲା । କିନ୍ତୁ ଅଧା ରାସ୍ତାରେ ଖସିଯିବାର ପ୍ଲାନ ଆଗରୁ ପ୍ରସ୍ତୁତ କରିସାରିଥାଏ ହାଇଦର । ଅଧାରାସ୍ତାରେ ପରିସ୍ରା ଯିବାକୁ କହିଥିଲା ଏହି ଗ୍ୟାଙ୍ଗଷ୍ଟର । କିନ୍ତୁ ପୋସିଲ ସୁରକ୍ଷା ଦୃଷ୍ଟିରୁ ସିମୁଳିଆ ନିକଟରେ ଭ୍ୟାନ ଅଟକାଇ ହାଇଦରକୁ ପରିସ୍ରା କରିବାକୁ ଅନୁମତି ଦେଇଥିଲା । ସେତେବେଳେ ସମୟ ଥିଲା ଠିକ ୩. ୨୦ ।  ପରିସ୍ରା କରୁଥିବା ସମୟରେ ଦୌଡ଼ିବାକୁ ଆରମ୍ଭ କରିଥିଲା ସେକ ହାଇଦର । ଫଳରେ ପୋଲିସ ହାଇଦରକୁ କାବୁ କରିବାକୁ ଯାଇ ଆପଣାଇଥିଲା ଶେଷ ଉପାୟ । ଏବଂ ସିମୁଳିଆ ନିକଟରେ ହିଁ କରିଥିଲା ଏନକାଉଣ୍ଚଟର । ପୋଲିସର ଗୁଳି ମାଡରେ ହାଇଦର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହାପରେ ପୋଲିସ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛି । ବର୍ତ୍ତମାନ ତାହାର ଚିକିତ୍ସା ଜାରି ଥିବାବେଳେ ହାଇଦରର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଛି ।

ସେପଟେ ଏନକାଉଣ୍ଟରରେ ହାଇଦର ଶରୀରରେ ତିନୋଟି ଗୁଳି ମାଡ଼ ହୋଇଥିବା ସୂଚନା ଦେଇଛନ୍ତି କଟକ ଡ଼ସିପି ପ୍ରତୀକ ସିଂହ । ପୋଲିସର ଗୁଳି ମାଡ଼ରେ ହାଇଦରର ବାମ ହାତରେ ଗୋଟେ ଗୁଳି ମାଡ଼ ଲହୋଇଥିବାବେଳେ ଅଣ୍ଟାରେ ଦୁଇଟି ଗୁଳି ବାଜିଥିବା କହିଛନ୍ତି କଟକ ଡିସିପି । ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାହାର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି ।