‘ଆଜିକାଲି’ର ସମ୍ପାଦକ ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୧୫ଲକ୍ଷ ଟଙ୍କା ସହାୟତା
ସ୍ୱର୍ଗତ ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତିଙ୍କ କୋଭିଡର ପ୍ରଥମ ଲହରରେ ଦେହାନ୍ତ ଘଟିଥିଲା
ଭୁବନେଶ୍ୱର : ଦୈନିକ ଖବର କାଗଜ ‘ଆଜିକାଲି’ର ସମ୍ପାଦକ ତଥା ମୁଖ୍ୟ କରସ୍ପଣ୍ଡେଣ୍ଟ ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶିକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱର୍ଗତ ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତିଙ୍କ କୋଭିଡର ପ୍ରଥମ ଲହରରେ ଦେହାନ୍ତ ଘଟିଥିଲା ।
ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଥିଲେ ରାଜ୍ୟ ସରକାର । କୋଭିଡରେ ଯଦି କୈଣସି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟେ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦିଆଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଅନେତକ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଛି । ଆଜି ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ମଧ୍ୟ ସହାୟତା ଅର୍ଥ ପ୍ରଦାନ ନେଇ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।