କୋଭିଡ ତୃତୀୟ ଲହର ଆଶଙ୍କାକୁ ନେଇ ରାଜ୍ୟ ସରକାରଙ୍କ ବଡ ପ୍ରସ୍ତୁତି

ଛୋଟ ଛୁଆଙ୍କ ପାଇଁ ସେପାରେଟ ୱାର୍ଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଦେଶରୁ କୋଭିଡ ଦ୍ୱିତୀୟ ଲହର ଥମି ନଥିବାବେଳେ କରୋନା ତୃତୀୟ ଲହର ଆଶଙ୍କା ଚିନ୍ତା ବଢାଇଲାଣି । ଏଭଳି ସ୍ଥିତିରେ ରାଜ୍ୟ ସରକାର ତୃତୀୟ ଲହର ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି କରିଛନ୍ତି । ତୃତୀୟ ଲହରରେ ଶୁଶୁ ଅଧିକ ଆକ୍ରାନ୍ତ ହେବା ସମ୍ଭାବନା ଥିବାରୁ ଏହାକୁ ।ଖିରେ ରଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି କରିଛନ୍ତି । ଏନେଇ ରାଜ୍ୟ ସରକାର ସବୁ ଜିଲ୍ଲାପାଳ ମ୍ୟୁନସିପାଲ କମିଶନଙ୍କୁ ଗାଇଡ ଲାଇନ ଜାରି କରିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ । ଗତ ୧୭ ତାରିଖରୁ ପ୍ରସ୍ତୁତ ଏସଓପିରେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳ, ମେଡିକାଲ କଲେଜ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ବିଶେଷଜ୍ଞ ମାନଙ୍କ ମତ ଏହା ଛୋଟ ଛୁଆ ମାନଙ୍କୁ ଅଧିକ ସଂକ୍ରମିତ କରିବ । ତେଣୁ ଆମେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଓ ଏସଡ଼ିଜିଏସ୍ ମାନଙ୍କୁ ନିର୍ଦ୍ଦେଶ ଦେଇଛୁ ଅତିକମରେ 10 ଟି ଆଇସୋଲେସନ ବେଡ଼ ପ୍ରସ୍ତୁତ କରିବା ପାଇଁ । ସିଏଚସି ଲେବୁଲରୁ 2 ରୁ 4 ଟି ବେଡ଼ ରଖିବା ପାଇଁ ମଧ୍ୟ କୁହାଯାଇଛି । ସେହିପରି ସବୁ ମେଡ଼ିକାଲ କଲେଜ ଯେମିତି ଭୀମସାରରେ ଏନଆଇସିୟୁ 20 ବେଡ଼,ଏସିବିରେ 10 ଟି ବେଡ଼,ବାଲେଶ୍ଵରରେ 10 ବେଡ଼ ଏମିତି 64 ଏନଆଇସିୟୁ ପ୍ରସ୍ତୁତ କରିବା କୁ କୁହାଯାଇଛି । ଏହା ଛଡା ପିଆଇସିୟୁ 94 ଟି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଚଡ଼ିୟୁ ମଧ୍ୟ 44 ଟି ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି । ସବୁ ସ୍ଥାନରେ ଛୋଟ ଛୁଆଙ୍କ ପାଇଁ ସେପାରେଟ ୱାର୍ଡ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହା ଛଡା ପ୍ୟାରେଣ୍ଟ ମାନେ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛୁ । ଦ୍ୱିତୀୟ ଲହର ବର୍ତ୍ତମାନ ଟିକିଏ କଣ୍ଟ୍ରୋଲକୁ ଆସିଛି । ମାତ୍ର ସମ୍ପୂର୍ଣ୍ଣ ଯାଇ ନାହିଁ । ପୁଣି ଥରେ ସମସ୍ତଙ୍କୁ ଅନୁରୋଧ କରୁଛି ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତେ ସାବଧାନତା ଅବଲମ୍ବନ କରନ୍ତୁ । ନିଶ୍ଚିତ କୋରନା ହରିବ ଓଡିଶା ଜିତିବ  ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।