ସାଢେ ଚାରି କୋଟି ଓଡିଆଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜାରୀ ରହିଥିବା ଲଢେଇକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନିଆଯିବ: ସମୀର ମହାନ୍ତି

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ରାଜ୍ୟର ସାଧାରଣ ଜନତା ଆଜି କରୋନା ସଂକ୍ରମଣ ଭଳି ଏକ ବଡ ବିପତିର ଶିକାର ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡିଶା ପ୍ରଦେଶର ବିକାଶ ପାଇଁ ବ୍ୟାପକ ଅର୍ଥ ବରାଦ କରିବା, ବିପର୍ଯ୍ୟୟ ପରିଚାଳନା ପାଇଁ ହାତଖୋଲା ସହାୟତା ଦେବା, କରୋନା ସଂକ୍ରମଣ ବିରୁଦ୍ଧରେ ଲଢେଇ କରିବା ପାଇଁ ସମସ୍ତ ଆର୍ଥିକ ସହାୟତା ଦେବା ସତ୍ୱେ ରାଜ୍ୟ ସରକାର ନିଜର ଅପାରଗ ପଣିଆ ପାଇଁ ରାଜ୍ୟକୁ ବିପଦ ମୁହଁକୁ ଠେଲିଦେଇଛନ୍ତି । ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନିକ ବିଭାଗର ଗୁଡିକର ସ୍ଥାଣୁତା ପାଇଁ ରାଜ୍ୟରେ କୋଭିଡର ଦ୍ୱିତୀୟ ଲହର ସଂକ୍ରମଣ ଚରମସୀମାରେ ପହଂଚିଲା । ବିଜେପିର ବାରମ୍ବାର ଦାବି ସତ୍ୱେ ସରକାର ଟେଷ୍ଟିଂର ସଂଖ୍ୟା ବୃଦ୍ଧି ନକରିବା, ଟ୍ରେସିଂ ଅଭାବ ଏବଂ ଟିଏମସି ଖୋଲା ନଯିବା କାରଣରୁ ବହୁ ବ୍ୟକ୍ତି ବିଳମ୍ବିତ ଚିକିତ୍ସା ଯୋଗୁଁ ମୃତ୍ୟୁବରଣ କଲେ ।

ସମସ୍ତ ଶିଳ୍ପୋଯୋଗୀ ଅକ୍ସିଜେନ ପ୍ଲାଂଟମାନଙ୍କୁ ମେଡିକାଲ ଗ୍ରେଡ ଅକ୍ସିଜେନ୍ ପ୍ରସ୍ତୁତ କରିବା ପାଇଁ ତୁରନ୍ତ ଲାଇସେନସ୍ ଦେବାକୁ ଏବଂ ରାଜ୍ୟରେ ଅକ୍ସିଜେନ ବ୍ୟାଙ୍କ୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶକୁ ରାଜ୍ୟ ସରକାର ଅଣଦେଖା କଲେ ଏବଂ ଓଡିଶାକୁ ଭୟାଭୟ ସ୍ଥିତିକୁ ଠେଲି ଦେଇଥିଲେ । ଯଦି ଠିକଣା ସମୟରେ ପି.ଏମ୍‌.କେୟାର୍ସ ଫଣ୍ଡ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସହାୟତା ମିଳି ନଥିଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଯାଇଥାନ୍ତା । ରାଜ୍ୟକୁ ଗତ ସଂକ୍ରମଣ ସମୟରୁ କେନ୍ଦ୍ରସରକାର ପଠାଇଥିବା ଆଇସିୟୁ ଇକ୍ୟୁପ୍‌ମେଂଟ ଓ ୫୬୭ ସଂଖ୍ୟାର ଭେଂଟିଲେଟରକୁ ଅନେକ ସ୍ଥାନରେ ଫୋପଡି ରଖାଯାଇଥିଲା ରାଜ୍ୟରେ କୌଣସି ସରକାରୀ ଡାକ୍ତରଖାନାରେ / ମେଡିକାଲ କଲେଜରେ ଗୋଟିଏ ବି ଅତ୍ୟାଧୁନିକ ଇକୋମୋ ମେସିନ୍ ଉପଲବ୍ଧ ନଥିଲା । ରାଜ୍ୟରେ କୌଣସି ଗ୍ରାମାଂଚଳରେ ଇୟଙ୍ଖବଦ୍ଭମରୟ କ୍ଷସଲର ଗ୍ଦଙ୍କକ୍ଟ୍ରକ୍ଟ୍ରକ୍ଟକ୍ସଗ୍ଧ (ଇଖଝ) ବଜ୍ଞଭଙ୍କକ୍ଷବଦ୍ଭମର ନଥିବା କାରଣରୁ ଗ୍ରାମାଂଚଳବାସୀ ବହୁ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ଭିତିିଭୂମି, ଡାକ୍ତରଙ୍କର ଅଭାବ ରାଜ୍ୟର ସାଧାରଣ ଜନତାଙ୍କର ପାଇଁ ଏକ ବିରାଟ ବିପର୍ତି ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ଅପାରଗତା ଓ କୁପରିଚାଳନକୁ ନେଇ କାର୍ଯ୍ୟକାରିଣୀ କ୍ଷୋଭ ପ୍ରକାଶ କରିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।

 ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା : ରାଜନୈତିକ ଚିଠା
 କରୋନା ବିଶ୍ୱ ମହାମାରୀକୁ ସଫଳତାର ସହ ମୁକାବିଲା, ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ, ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ, ଗରୀବ କଲ୍ୟାଣ ଯୋଜନା, କୃଷକ କଲ୍ୟାଣ ଯୋଜନା, ବିପତି ସମୟରେ ଓଡିଶା ସରକାରଙ୍କୁ ଆକୁଣ୍ଠ ସହାୟତା ପ୍ରଦାନ, ଦେଶର ଅର୍ଥନୀତିକୁ ସୁଦୃଢ ରଖିବା ଏବଂ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂତନ ଜାତୀୟ ଶିକ୍ଷା ନୀତି ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ : ଧନ୍ୟବାଦ ପ୍ରସ୍ତାବ
 ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ପ୍ରଧାନମନ୍ତ୍ରୀଙ୍କର ଘୋଷଣା ପରେ ରାଜ୍ୟକୁ ବ୍ୟାପକ ପରିମାଣରେ କରୋନା ଭ୍ୟାକସିନ୍ ଆସିଛି । ସମସ୍ତ ଭ୍ୟାକସିନ୍ ଡୋଜ୍ କେନ୍ଦ୍ର ସରକାର ମାଗଣାରେ ଦେଉଥିଲେ ସୁଦ୍ଧା, ଭ୍ୟାକସିନ୍ କେନ୍ଦ୍ର ଗୁଡିକୁ ଦଳୀୟ କାର୍ଯ୍ୟାଳୟ ଭଳି ସଜାଇବା, ମୁଖ୍ୟମନ୍ତ୍ରୀଙ୍କର ବଡ ବଡ ହୋର୍ଡିଂ ଲଗାଇବା ଏବଂ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଥିବା ଟୋକନ୍ କାର୍ଡ ଦଳୀୟ ଆଧାରରେ ଲୋକଙ୍କୁ ବାଂଟିିବା ଭଳି ହୀନମାନ୍ୟତା ବିଜେଡି ସରକାର କରିଛି । ଶ୍ମଶାନଗୁଡିକର ସତ୍ୟତା ସରକାରଙ୍କର ମିଛକୁ ଧରା ପକାଇଲା ପରେ ମଧ୍ୟ, ନିର୍ବିକାର ଭାବରେ ରାଜ୍ୟ ସରକାର ଏହି ସଂଖ୍ୟାକୁ ଘୋଡାଇ ଚାଲିଛନ୍ତି । ଯାହାଫଳରେ କେନ୍ଦ୍ର ସରକାର ଘୋଷଣା କରିଥିବା କୌଣସି ସହାୟତା କୋଭିଡ୍ ମୃତକଙ୍କ ଅନାଥ ପରିବାରକୁ ମିଳି ପାରିବନାହିଁ । ଏହି ଚକ୍ରାନ୍ତକୁ ସରକାର ବନ୍ଦ କରିବାକୁ କାର୍ଯ୍ୟକାରିଣୀ ଦାବୀ କରିଛି ।
ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘୋଟଲା ଚାଲିଛି । ଦୀର୍ଘଦିନ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଚୟନ, ଭ୍ରଷ୍ଟାଚାର,ନିମ୍ନମାନର କାମ ଓ ବିଜୁ ପକ୍କାଘର ଷ୍ଟିକର ମରାକୁ ନେଇ ବିଜେପି ଆନ୍ଦୋଳନ ଜାରି ରଖିଛି । ଏ ବିଷୟରେ ଅନେକଥର କେନ୍ଦ୍ର ସରକାରଙ୍କର ପ୍ରତିନିଧି ଦଳ ଆସି ଏସବୁର ତଦନ୍ତ କରିବା ପରେ କେନ୍ଦ୍ର ପଂଚାୟତରାଜ ବିଭାଗ, ରାଜ୍ୟ ସରକାରଙ୍କୁ ଭର୍ତ୍ସନା ଓ ତାଗିଦ୍ ମଧ୍ୟ କରିଛନ୍ତି । ସେଥିପାଇଁ ଆଜି ରାଜ୍ୟ ସରକାର ଗତ ଦୁଇବର୍ଷ ଧରି କୌଣସି କାର୍ଯ୍ୟାଦେଶ ସାଧାରଣ ହିତାଧିକାରୀଙ୍କୁ ନଦେଇ ରାଜନୈତିକ ଠକାମି ଆରମ୍ଭ କରିଛନ୍ତି । କିଛିଦିନ ତଳେ ଓଡିଶାକୁ କେନ୍ଦ୍ର ସରକାର ୮.୧୭ ଲକ୍ଷ ଘରର ଆଲଟ୍‌ମେଂଟ କରିଛନ୍ତି ବୋଲି ଜଣାଇବା ପରେ, ତାକୁ ହଡପ କରିବାକୁ ରାଜ୍ୟ ସରକାର ସାନି ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଓଡିଶାର ୯ଟି ଜିଲ୍ଲାରେ ଗୋଟିଏ ବି ହିତାଧିକାରୀଙ୍କୁ ଆବାସ ୍େ‌ାଜନାରେ ଅନ୍ତର୍ଭୁକ୍ତ ନକରାଇବା ଆଶ୍ଚର୍ଯ୍ୟଜନକ । ଆବାସ ପ୍ଲସ୍ ଯୋଜନାରେ ଜିଲ୍ଲାମାନଙ୍କ ଭିତରେ ବୈମାତୃକ ମନୋଭାବରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରୀ ହେଉଛି । ସେହିପରି ନରେଗା ଯୋଜନାରେ ବ୍ୟାପକ ଦୁର୍ନିତି ସାମ୍ନାକୁ ଆସିିଛି । ରାଜ୍ୟକୁ କୋଭିଡ ସମୟରେ ଫେରୁଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରୋଜଗାରକ୍ଷମ କରି ରଖିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ଓଡିଶାକୁ ୪୪୦୦ କୋଟି ଟଙ୍କାର ନରେଗା ଯୋଜନାରେ ଅର୍ଥବରାଦ କରିଥିଲେ । ରାଜ୍ୟ ସାରା ସମସ୍ତ ସ୍ଥାନରେ ସରକାରଙ୍କର ଜ୍ଞାତସାରରେ ମେସିନ୍ ଦ୍ୱାରା କାର୍ଯ୍ୟ କରାଗଲା ଏବଂ ବିଭାଗୀୟ କରାଯାଇଥିବା କାର୍ଯ୍ୟ ଗୁଡିକରେ ବିଜେଡି ବିଧାୟକ ଓ ନେତାମାନେ ବ୍ୟାପକ ମୁନାଫା ପ୍ରାପ୍ତ ହେଲେ । ଫଳତଃ ସଂକ୍ରମଣ ସମୟରେ ମଧ୍ୟ ଭୋକ ବିକଳରେ ଅଧିକରୁ ଅଧିକ ଲୋକ ପୁଣିଥରେ ଦାଦନ ଖଟିବାକୁ ଅଲଗା ପ୍ରଦେଶକୁ ଯିବାକୁ ବାଧ୍ୟ ହୋଇଥିବାରୁ କାର୍ଯ୍ୟକାରିଣୀ ଚିନ୍ତା ପ୍ରକାଟ କରିଛି ।
ଘରବାହୁଡା କରିଥିବା ଶ୍ରମିକ ମାନଙ୍କର ସ୍କିଲ ମ୍ୟାପିଂ କରାଯିବ, ଶିଳ୍ପ କ୍ଲଷ୍ଟର ତିଆରି ହେବ ଏବଂ ଆଉ ଦାଦନ ଖଟିବାକୁ ବିଦେଶ ଯିବେନାହିଁ ବୋଲି ଅନେକ ସ୍ୱପ୍ନ ରାଜ୍ୟ ସରକାର ଦେଖାଇ ଥିଲେ । କିନ୍ତୁ କୌଣସି ଗୋଟିଏ ବି ଯୋଜନାର ରୂପରେଖ ଘୋଷଣା କଲେ ନାହିଁ କିମ୍ବା କାର୍ଯ୍ୟାନ୍ୱୟନ ହେଲା ନାହିଁ । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଓ ସହଯୋଗୀ ସଂସ୍ଥା ମାନଙ୍କରେ ପଦବୀମାନ ଖାଲିଥିଲେ ହେଁ ଏକ ପୋଖତ ବ୍ୟବସାୟୀ ଭଳି ସରକାର ଚୁକ୍ତିଭିର୍ତିକ ନିଯୁକ୍ତି ଦେଇଛନ୍ତି ଏବଂ ଇଚ୍ଛା ଅନୁଯାୟୀ ସେମାନଙ୍କୁ ବିଦା କରିଦେଇଛନ୍ତି । ବିଦ୍ୟୁତ୍ ବିତରଣ ଦାୟିତ୍ୱ ଟାଟା ପାୱାର ନେବାପରେ ଡିସକମ ଫ୍ରାଂଚାଇଜ ମାନଙ୍କ ପାଖରେ କାର୍ଯ୍ୟ କରୁଥିବା ପାଖାପାଖି ୪୫୦୦ ଯୁବକ ଯୁବତୀଙ୍କୁ ବିନା କାରଣରେ ଛଟେଇ କରିଦିଆଗଲା । ପୂର୍ବରୁ କୋଭିଡ୍ ସେଂଟରରେ କାମ କରିଥିବା ଶହ ଶହ ସଂଖ୍ୟାର ନର୍ସିଂ ଟ୍ରେନିଂ ପ୍ରାପ୍ତ ଝିଅମାନଙ୍କୁ, ସ୍କୁଲ କଲେଜ ମାନଙ୍କର କଳା ଶିକ୍ଷକ ଓ କମ୍ପୁଟ୍‌ର ଶିକ୍ଷକଙ୍କର ଛଟେଇର ବହୁ ଇତିହାସ ଏହି ସରକାରଙ୍କୁ ଏକ ଦାୟିତ୍ୱହୀନ ତଥା ହୃଦୟହୀନ ସରକାରରେ ପରିଚିତି ଦେଇଛି । ଏବେ ଏବେ ପୁଣି ପୁଲିସ ସବ୍ ଇନିସ୍ପେକ୍ଟର ଚୁକ୍ତି ଭିର୍ତିକ ନିଯୁକ୍ତି ପାଇଁ ସରକାର ଆବେଦନ ଆହ୍ୱାନ କରିବା ଦୁର୍ଭାଗ୍ୟଜନକ ବୋଲି କାର୍ଯ୍ୟକାରିଣୀରେ ମତ ପ୍ରକାଶ ପାଇଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଗତ ସିଜନ୍ ପରେ ଚଳିତ ରବି ସିଜିନ୍‌ର ଧାନ କ୍ରୟରେ ବି ରାଜ୍ୟ ସରକାର ଚଂଚକତା ଦେଖାଇ ଓଡିଶାର ଚାଷୀକୂଳର ମେରୁଦଣ୍ଡ ଦୋହଲାଇ ଦେଇଛନ୍ତି । ଖରିଫ୍ ସମୟରୁ ଦଳ ବହୁ ଆନ୍ଦୋଳନ, ରାସ୍ତାରୋକ, ମଣ୍ଡିଘେରାଉ ଇତ୍ୟାଦି କରିବା ପରେ ବି ସରକାର-ମିଲର ମଧୁଚନ୍ଦ୍ରିକାରେ ଭଟ୍ଟା ପଡିନାହିଁ ଏବଂ ଏବେ ସୁଦ୍ଧା ରାଜ୍ୟର ମଣ୍ଡିମାନଙ୍କରେ ଚାଷୀର ଧାନ କିଣାଯାଇ ପାରୁନାହିଁ । ସରକାର ତୃଟିପୂର୍ଣ୍ଣ ସେଂଟ୍ରାଲାଇଜଡ୍ ଟୋକନ ବ୍ୟବସ୍ଥାକୁ ଜାରି ରଖିଛନ୍ତି ଏବଂ ଧାନ ବିକ୍ରି କରିନପାରି ଚାଷୀ ହତାଶ ହେଉଛି । ସରକାରଙ୍କର ମିଲର୍ ପ୍ରୀତି ଓ ଚାଷୀମାରଣ ନିତୀକୁ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ କରାଯିବ ବୋଲି କାର୍ଯ୍ୟକାରିଣୀରେ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ବକ୍ସିପାତ୍ର ସୁଚନା ଦେଇଛନ୍ତି ।
ରାଜ୍ୟର ପାଖାପାଖି ୧୨ଟି ଜିଲ୍ଲା ଅଲଗା ରାଜ୍ୟମାନଙ୍କର ସୀମା ସଂଲଗ୍ନ ଏବଂ ଏହାକୁ ନେଇ ଦୀର୍ଘ ଦିନଧରି ବହୁ ବିବାଦ ଦେଖାଦେଇଛି । ସୀମା ବିବାଦକୁ ନେଇ ଅଧ୍ୟୟନ କରିବାକୁ ଓ ସମାଧାନର ସୂତ୍ର ପାଇଁ ଦଳ ଏକ କମିଟି ମଧ୍ୟ ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ କରିଛି । ଏହି ବିବାଦର ଅନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଯେଉଁ ନୈତିକତା ଓ ତତ୍ପରତା ଦେଖାଇବା ଦରକାର, ସରକାର ତା\’ ବଦଳରେ ଉଦାସୀନତା ପ୍ରଦର୍ଶନ କରୁଛନ୍ତି । ସୀମାନ୍ତରେ ରହୁଥିବା ଓଡିଆ ଲୋକମାନଙ୍କର ସ୍ୱାର୍ଥକୁ ବିଜେପି ସତର୍କ ପ୍ରହରୀ ସଦୃଶ ସୁରକ୍ଷା ଦେବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ସରାକର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ହାସଲ ହୋଇପାରୁ ନାହିଁ ।ବଂଶଧାରା ନଦୀ ଟ୍ରିବ୍ୟୁନାଲର ରାୟ ଆମ ବିପକ୍ଷରେ ଯାଇଛି । ରାଜ୍ୟ ସରକାରଙ୍କର ଅପାରଗତା ଓ ପ୍ରାମାଣିକ ତଥ୍ୟ ଭିତିକ ନଥିପତ୍ର ଦେଇ ନପାରିବାର କାରଣରୁ ଏହା ଆମ ବିରୁଦ୍ଧରେ ଗଲା । ଆନ୍ଧ୍ରପ୍ରଦେଶ ବଂଶଧାରାର ତଳ ମୁଣ୍ଡରେ ୪ ଟି ପ୍ରକଳ୍ପ ଏକଚାଟିଆ ଭାବେ ନିର୍ମାଣ କରିସାରିଥିବାବେଳେ ଓଡିଶା ସରକାର ଗୋଟିଏ ବି ପ୍ରକଳ୍ପ ଆରମ୍ଭ କରିନାହାନ୍ତି । ପାଣିଡଙ୍ଗର ପ୍ରକଳ୍ପ ହେଉ କି ବଂଶଧାରା-ଋଷିକୁଲ୍ୟାର ସଂଯୋଗୀକରଣ ହେଉ, ଉଭୟ ଆଜି ଦିବା ସ୍ୱପ୍ନ ପାଲଟିଛି । ଏହା ଆମ ପାଇଁ ଦୁର୍ଭାଗ୍ୟର କଥା ଏବଂ ରାଜ୍ୟ ସରକାର ଏଥିପାଇଁ ଓଡିଶା ଲୋକଙ୍କ ଆଗରେ ସ୍ପଷ୍ଟୀକରଣ ଦେବା ଦରକାର ।
ଅତୀତରେ ସେସୁ ରିଲାଏନ୍ସଏବଂ ବର୍ତମାନ ଟାଟା ପାୱାର ଭଳି ଡିସକମ କମ୍ପାନୀମାନଙ୍କର ସ୍ୱାର୍ଥ ଆଗରେ ରାଜ୍ୟ ସରକାର ବନ୍ଧା ପଡିଛନ୍ତି । ରାଜ୍ୟ ସରକାର ତଥା ଓଇଆରସିଙ୍କର ମନୋମୁଖୀ ଆଚରଣ ଯୋଗୁଁ ବାରମ୍ବାର ବିଦ୍ୟୁତ୍ ଦରବୃଦ୍ଧି ହେବା ସହ ଅଘୋଷିତ ବିଦ୍ୟୁତ କାଟ୍ ହେଉଛି । କେନ୍ଦ୍ର ସରକାର ଦେଇଥିବା ବିଭିନ୍ନ ସହାୟତାର ଅର୍ଥ ମଧ୍ୟ ଡିସକମ କମ୍ପାନୀ ମାନଙ୍କର ପକେଟ୍‌କୁ ଯିବାରେ ରାଜ୍ୟ ସରକାରସହାୟକ ହେଇଛନ୍ତି । ଏହାକୁ ରାଜ୍ୟସାରା ବିରୋଧ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।
ଆଇଏମଏମଟିର ଜମିକୁ ଜବରଦସ୍ତ ନେଇ ଯାଇ ଜମି ଦଲାଲୀ କରିବାର ପ୍ରଚେଷ୍ଟା କରିଛ୍ନତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରିସର୍ଚ ଲାବ୍ରୋଟୋରୀକୁ ୧୯୬୦ ମସିହାରେ ଯେଉଁ ଜମି ଦିଆଯାଇଥିଲା, ତାକୁ ପୁଣି ଫେରାଇନେବାକୁ ରାଜ୍ୟ ସରକାର ହୀନ ଉଦ୍ୟମ ଆରମ୍ଭ କରିଛନ୍ତି । ସିଏସଆଇଆର ଅଧୀନସ୍ଥ ଏହି ଲାବ୍ରୋଟୋରୀର ଆଗାମୀ ସଂପ୍ରସାରଣ ଦୃଷ୍ଟିରୁ ଜାଗାର ଆବଶ୍ୟକତା ଥିବା ବିଷୟ ଜଣାଇବା ସତ୍ୱେ ବି ରାଜ୍ୟ ସରକାର ଜମି ବ୍ୟବସାୟୀ ଭଳି ପାଖାପାଖି ୬୦୦ କୋଟି ଟଙ୍କାର ଜମିକୁ ଜବର ଦସ୍ତ ବେଦଖଲର ଚେଷ୍ଟା ଆରମ୍ଭ କରିଛନ୍ତି ଏବଂ ସେଠାରେ ହୋଟେଲ ଶିଳ୍ପ କରିବେ ବୋଲି ଜଣାଇଛନ୍ତି । ଓଡିଶା ସରକାରଙ୍କର ଜମି କେଳେଙ୍କାରୀ ପାଇଁ ପୂର୍ବରୁ ପରିଚିତି ଅଛି । ଶ୍ରୀ ଜଗନ୍ନାଥଙ୍କର ଜମି ହଡପ, ଜଚଜଉ(ଏକାମ୍ର କାନନ) ଜମିରେ ଲୋଲୁପ ଦୃଷ୍ଟି, ଏବଂ ଏବେ ଆଇଏମଏମଟିର ଜମି ହଡପ କରି ଘରୋଇ ବ୍ୟବସାୟୀଙ୍କୁ ବିକ୍ରୀକରିବା ତଥା ଶାସକ ଦଳକୁ ଅନୁଗୃହୀତ କରାଇବା ଦୃଷ୍ଟିକୋଣକୁ ସଂପୂର୍ଣ୍ଣ ବିରୋଧ କରାଯିବାର କାର୍ଯ୍ୟକାରିଣୀରେ ନିଷ୍ପତି ନିଆଯାଇଅଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ଭର୍ଚୁଆଲ ବୈଠକରେ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ଗତ କାଲି ରାଜ୍ୟ ପଦାଧିକାରୀ ବୈଠକରେ ଆଗତ ହୋଇଥିବା ସମସ୍ତ ପ୍ରସଙ୍ଗରେ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ପାରିତ କରାଯାଇଅଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ମନମୋହନ ସାମଲ ଓ ସାଂସଦ ସୁରେଶ ପୁଜାରୀ, ବରିଷ୍ଠ ନେତା ଡ.ଗିରିଧର ଗମାଙ୍ଗୋ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିହାର, ରବି ନାଏକ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ବିରଂଚି ତ୍ରିପାଠୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଗଣ ଉପସ୍ଥିତ ଥିଲେ । ମହାମାରୀ କରୋନା ସଂକ୍ରମଣ ଏବଂ କଟକଣା କାରଣରୁ ସମସ୍ତ କାର୍ଯ୍ୟକର୍ତାମାନେ ଭିଡିଓ କନଫରେନ୍ସିଂ (ଭର୍ଚୁଆଲ) ଜରିଆରେ ଏହି ବୈଠକରେ ଯୋଗ ଦେଇଥିଲେ ।
ଆଜି ସକାଳେ କାର୍ଯ୍ୟକାରିଣୀ ଉଦଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନ୍ଦେ ମାତରଂ ଗାନ କରାଯାଇଥିଲା । ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ରାଜ୍ୟ ସଂପାଦକ ଅମର ନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ ଏବଂ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।
ଆଜିର ଏହି ବୈଠକକୁ ସମ୍ବୋଧନ କରି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ଗରୀବଙ୍କ ପାଇଁ ସମର୍ପିତ ମୋଦି ସରକାରଙ୍କ ବହୁ ଯୋଜନାକୁ ଚଂଚକତା କରି ରାଜ୍ୟ ସରକାର ହଡପ୍ କରିବା ସହ ସେମାନଙ୍କୁ ତାଙ୍କ ମୈାଳିକ ସୁବିଧା ସୁଯୋଗରୁ ବଂଚିତ କରୁଛନ୍ତି । ଓଡିଶା ପ୍ରଦେଶକୁ ଏବଂ ଓଡିଆଙ୍କୁ ଭ୍ରଷ୍ଟାଚାର ଓ ପ୍ରତାରଣାର ବାତାବରଣରୁ ମୁକ୍ତି ମିଳିବା ଆବଶ୍ୟକ । କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଲୋକଙ୍କ ପାଖରେ ପହଂଚାଇବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର । ଓଡିଶାର ବିକାଶକୁ ସର୍ବଦା ପ୍ରଧାନ୍ୟ ଦେଇ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ଶାସନ କ୍ଷମତାକୁ ଆସିବା ପରଠାରୁ କ୍ରମାଗତ ଭାବେ ଖାଦ୍ୟ ଶସ୍ୟ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଆସୁଛନ୍ତି । କିନ୍ତୁ ରାଜ୍ୟରେ ନିରୀହ ଚାଷୀ ଭାଇ ଓ ଭଉଣୀମାନେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି କାରଣରୁ କଟ୍‌ନୀ ଛଟନୀ, ଅଭାବୀ ବିକ୍ରି, ମଣ୍ଡି ଓ ଟୋକନ ସମସ୍ୟା ଭଳି ଅନେକ ସମସ୍ୟାର ଶିକାର ହେଉଛନ୍ତି । ରାଜ୍ୟ ସରକାର ଚାଷୀକୂଳକୁ ବାରମ୍ବାର ପ୍ରତାରଣା ଦେଇ ଆସୁଛନ୍ତି । ବିରୋଧୀଙ୍କୁ ଦମନ କରିବାର ଅଗଣତାନ୍ତ୍ରୀକ ପନ୍ଥା ଆପାଣାଇଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିର ଅଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି, ମହିଳା ଓ ଶିଶୁ ଅତ୍ୟାଚାରରେ ରାଜ୍ୟ ସରକାର ପ୍ରଥମ ସ୍ଥାନ ଅଧିକାର କରିଛି । ଓଡିଆ ଭାଇ ଓ ଭଉଣୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ଜନତା ପାର୍ଟୀ ଲଢେଇ ଜାରୀ ରଖିଛି ଏବଂ ଏହି ଲଢେଇରେ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଯିବା ସହ ଲଢେଇକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସମସ୍ତ ରାଜ୍ୟବାସୀ କୋଭିଡ୍ ସଂକ୍ରମଣ ବିରୁଦ୍ଧରେ ଏକାଠି ହୋଇ କୋଭିଡ୍ ଟୀକା ନେବା ପାଇଁ ଶ୍ରୀ ମହାନ୍ତି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
‘ସେବା ହି ସଂଗଠନ’କୁ ମୁଳମନ୍ତ୍ର କରି ବିଜେପି କାର୍ଯ୍ୟକର୍ତାମାନେ କାର୍ଯ୍ୟ କରୁଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତ ଗଠନର ସ୍ୱପ୍ନକୁ ପୁରଣ କରିବା ପାଇଁ ବିଜେପିର ସମସ୍ତ କାର୍ଯ୍ୟକର୍ତା ନିଷ୍ଠାର ସହ କାର୍ଯ୍ୟ କରିବାକୁ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ କାର୍ଯ୍ୟକାରିଣୀକୁ ଆହ୍ୱାନ ଜଣାଇଛନ୍ତି । ରାଜ୍ୟରେ ସମସ୍ତ ଘରକୁ ଘର ଯାଇ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଓ ଗରୀବକଲ୍ୟାଣ ଯୋଜନାକୁ ତୃଣମୁଳ ସ୍ତରରେ ଘରେ ଘରେ ପହଂଚାଇବାକୁ ଶ୍ରୀମତୀ ପୁରନ୍ଦେଶ୍ୱରୀ ପରାମର୍ଶ ଦେଇଛନ୍ତି । ଆମ ସମସ୍ତଙ୍କୁ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟବାସୀଙ୍କ ଆହୁରି ଅଧିକ ଆସ୍ଥାଭାଜନ ହେବା । କୋଭିଡ୍ ଟୀକା ପ୍ରସଙ୍ଗରେ କୈାଣସି ଗୁଜବକୁ ନଶୁଣି ଟୀକା ନେବା ପାଇଁ ରାଜ୍ୟବାସୀଙ୍କୁ ଶ୍ରୀମତୀ ପୁରନ୍ଦେଶ୍ୱରୀ ଅନୁରୋଧ କରିଛନ୍ତି ।
ଭାରତୀୟ ଜନତା ପାର୍ଟୀ ଅନ୍ୟ ରାଜନୈତିକ ଦଳଠାରୁ ସଂପୂର୍ଣ୍ଣ ଭିନ୍ନ । କୋଭିଡ୍ ମହାମାରୀ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସେବାକାର୍ଯ୍ୟ ଦ୍ୱାରା ସାଧାରଣ ଜନତାଙ୍କ ନିକଟରେ ପହଂଚିଛି । ବିଜେପି ପାର୍ଟୀର କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିବା ପାଇଁ ସର୍ବଦା ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଛି । ମୋଦି ସରକାରଙ୍କ ଗରୀବ କଲ୍ୟାଣ ଯୋଜନା, କୃଷି କଲ୍ୟାଣ ଯୋଜନାକୁ ରାଜ୍ୟର ପ୍ରତିଟି ବ୍ୟକ୍ତି ପାଖକୁ ପହଂଚାଇବା ହେଉଛି ଆମର ପ୍ରମୁଖ ଦାୟୀତ୍ୱ । ସେହିପରି ପ୍ରତ୍ୟେକ କାର୍ଯ୍ୟକର୍ତା ଏବଂ ରାଜ୍ୟବାସୀଙ୍କୁ କୋଭିଡ୍ ଟୀକାକରଣରେ ସାମିଲ ହେବା ପାଇଁ ରାଜ୍ୟ ସହପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂହ ତୋମାର ଆହ୍ୱାନ ଦେଇଛନ୍ତି ।
କେବଳ ରାଜନୀତି କରିବା ନୁହେଁ ବରଂ ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତା ଭାବେ ସାଢେ ଚାରି କୋଟି ଓଡିଆଙ୍କ ବିକାଶ କରିବା ଆମର ଦାୟୀତ୍ୱ । ଓଡିଶାର ମୂଳଭୂତ ପରିବର୍ତନ ପାଇଁ ସମସ୍ତେ ଗୁଣ୍ଡୁଚି ମୂଷା ଭଳି ଧୂଳି ଝାଡିବା କାମରେ ଲାଗିବା । ସାଢେ ଚାରି କୋଟି ଓଡିଆଙ୍କ ଜୀବନରେ ମୂଳ ପରିବର୍ତନ ଆଣିବା ଆମର ଲକ୍ଷ୍ୟ ହେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସମସ୍ତଙ୍କୁ ସାଙ୍ଗରେ ନେବା, ସମସ୍ତଙ୍କ ବିକାଶ କରାଇବା, ବିଶ୍ୱାସ ଜିତିବାର ପ୍ରତୀକ ହେଉଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଓଡିଆଙ୍କ ପ୍ରତି ଥିବା ଭଲପାଇବାକୁ ଘରେ ଘରେ ପହଂଚାଇବାକୁ ହେବ । ଆମର ଶୈଳୀ, ଆମର ନେତୃତ୍ୱକୁ ନେଇ ସମାଜରେ ଆଦର୍ଶ ତିଆରି କରିବା । ସ୍ଥାନୀୟ ନିର୍ବାଚନ ଏବଂ ସଂଗଠନ ଉପରେ ଯୋର ଦେବାକୁ ଆହ୍‌ାବାନ ଦେବା ସହ ବିଜେପି କାର୍ଯ୍ୟକର୍ତାମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ‘ଆତ୍ମନିର୍ଭର ଭାରତ ଗଠନ’ ସମଗ୍ର ଦେଶବାସୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । କରୋନା ସଂକ୍ରମଣ କାରଣରୁ ପିଲାମାନଙ୍କ ଶିକ୍ଷାପ୍ରାପ୍ତ ବାଧାପ୍ରାପ୍ତ ହେଲା । ଜୀବନ ଓ ଜୀବିକା ଉପରେ କୁପ୍ରଭାବ ପଡିଲା । ଏଭଳି ସଂକଟ ସମୟରେ ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ପ୍ରତିକୂଳ ପରିସ୍ଥିତିରେ ଲଢେଇ ଜାରୀ ରଖି ସାମାଜିକ, ଆର୍ଥିକ ସଂକଟ ବିରୁଦ୍ଧରେ ବିଜୟୀ ହେବା । ସକରାତ୍ମକ ମନୋଭାବ ନେଇ କାର୍ଯ୍ୟକର୍ତାମାନେ କାର୍ଯ୍ୟ କରି ପାର୍ଟୀକୁ ଆଗେଇ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ଆହ୍ୱାନ ଦେଇଛନ୍ତି ।
ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜନୈତିକ ଚିଠା ଆଗତ କରିଥିବାବେଳେ ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକ ସମର୍ଥନ ଜଣାଇଥିଲେ । ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ମାଝୀ ଏବଂ ପ୍ରସନ୍ନ ପାଢୀ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଆସନ୍ତା ୨୦୨୨ ମସିହାରେ ରାଜ୍ୟରେ ପଂଚାୟତ ଓ ପୈାର ନିର୍ବାଚନ ଅନୁଷ୍ଠିତ ହେବ । ପଂଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏବଂ ସାସଦ ବସନ୍ତ ପଣ୍ଡା ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ପୈାର ନିର୍ବାଚନ ପ୍ରସ୍ତୁତି ପରିପ୍ରେକ୍ଷୀରେ ସାଂସଦ ସୁରେଶ ପୁଜାରୀ ଏବଂ ଅପରାଜିତା ଷଡଙ୍ଗୀ ବିସ୍ତୃତ ଆଲୋଚନା କରିଥିଲେ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସାମାଜିକ, ଆର୍ଥକ ଓ ରାଜନୈତିକ କ୍ଷେତ୍ରରେ ନିଜକୁ ବିଶ୍ୱ ପରିଚିତ କରିଛନ୍ତି । କରୋନା ବିଶ୍ୱ ମହାମାରୀକୁ ସଫଳତାର ସହ ମୁକାବିଲା, ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ, ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ, ଗରୀବ କଲ୍ୟାଣ ଯୋଜନା, କୃଷକ କଲ୍ୟାଣ ଯୋଜନା ପାଇଁ କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛି । ସେହିପରି ଯେ କୈାଣସି ବିପତି ସମୟରେ ଓଡିଶା ସରକାରଙ୍କୁ ଅକୁଣ୍ଠ ସହାୟତା ପ୍ରଦାନ, ଦେଶର ଅର୍ଥନୀତିକୁ ସୁଦୃଢ ରଖିବା ଏବଂ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂତନ ଜାତୀୟ ଶିକ୍ଷା ନୀତିପ୍ରଣୟନ କରିଥିବାରୁ କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛି । ଏହି ଧନ୍ୟବାଦ ପ୍ରସ୍ତାବକୁ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଆଗତ କରିଥିବାବେଳେ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀ ସମର୍ଥନ ଜଣାଇଥିଲେ । ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଧନ୍ୟବାଦ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ସାଂଗଠନିକ ବିଷୟ ଓ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି କାର୍ଯ୍ୟକାରିଣୀକୁ ଅବଗତ କରାଇଥିଲେ । ଶେଷରେ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ ।

(ବିଜେପି ମିଡିଆ ସେଲ୍‌)