ମୋବାଇଲ୍ ଆପ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ସାଇବର ଲୁଟେରା ଝାରସୁଗୁଡା ପୋଲିସ ହାତରେ ଗିରଫ

ଝାରସୁଗୁଡା :  ଫସେବୁକ ହ୍ୟାକ୍ କରି ମସେଞେ୍ଜରରେ ମସେଜେ କରି ଟଙ୍କା ମାଗି ଲୋକଙ୍କୁ ଠକିବାରେ ଓସ୍ତାଦ  ମାଷ୍ଟରମାଇଣ୍ଡ ଝାରସୁଗୁଡା ପୋଲିସ ହାତରେ ଧରାପଡିଛି। ଝାରସୁଗୁଡାର ଜଣେ ପ୍ରତିଷ୍ଠିତ ଡାକ୍ତର ଦେଓଶ୍ଲୋକ ଶର୍ମାଙ୍କୁ   ଗତ ମେ ମାସରେ ୧୦ ହଜାର ଟଙ୍କା ସୁନୀଲ ଠକି ନେଇଥିଲା । ସୁନୀଲଠାରୁ ଠକେଇର ଶିକାର ହୋଇଥିବା ଜାଣିବା ପରେ ଡାକ୍ତର ଶର୍ମା ଝାରସୁଗୁଡା ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ମାମଲାର ତଦନ୍ତ କରି ସୁନୀଲ ରାଉତରାୟକୁ ଗିରଫ କରି ତା ନିକଟରୁ ୨୮ଟି ମୋବାଇଲ୍ ସିମକାର୍ଡ, ୧୧ଟି ମୋବାଇଲ ଫୋନ୍, ୧୫ଟି ଭିନ୍ନ ଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ୩ଟି ପାସବୁକ ଜବତ କରିଛି ।

ଠକେଇ ପାଇଁ ଆସୁଥିବା ଏକ ମୋବାଇଲ ଆପ୍ସ୍ ଜରିଆରେ ସାଧାରଣ ଲୋକଙ୍କୁ ଠକୁଥିଲେ । ମୋବାଇଲ ନମ୍ବରକୁ ଟ୍ରୁ କଲରରେ ଠାବ କରି ସେମାନଙ୍କ ନିକଟକୁ ଟଙ୍କା ପଠାଇଥିବା ଠକେଇ ସମ୍ବଦ୍ଧୀୟ ଫଲ୍ସ୍ ମେସେଜ ପଠାଇବା ପରେ ଟେଲିଫୋନ୍ ମାଧ୍ୟମରେ ଫୋନ୍ କରି ଟଙ୍କା ଫେରାଇବାକୁ ଅନୁରୋଧ କରୁଥିଲେ । ଏହିଭଳି ରାଜ୍ୟ ସାରା ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୋରଡା ଅଞ୍ଚଳର ଯୁବକ ସୁନୀଲ ରାଉତରୟ ଏବେ ଝାରସୁଗୁଡା ପୋଲିସ ପଞ୍ଝାରେ ।

ସୁନୀଲ ମାତ୍ର ନବମ ଶ୍ରେଣୀ ପାସ୍ କରିଛି । ଏହି ରାକେଟରେ ଅନ୍ୟ କାହାରି ସଂପୃକ୍ତିକୁ ଅଭିଯୁକ୍ତ ଅସ୍ବୀକାର କରୁଥିଲେ ମଧ୍ୟ ପୋଲିସ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ବୋଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅପରପକ୍ଷରେ ଗତ ଦୁଇ ବର୍ଷ ତଳୁ ଏହି ବ୍ୟବସାୟ କରି ବହୁ ଲୋକଙ୍କୁ କିଭଳି ଠକୁ ଥିଲା ସୁନୀଲ ତାହା ବଖାଣିଛି ।