କାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡ୍ ରେ ହେବ କୋଭିଡ ଟିକାକରଣ

ପ୍ରତ୍ୟେକ ଦିନ ୩ ଲକ୍ଷ ଡୋଜ ଟିକା ଦେବା ଲକ୍ଷ୍ୟ

ଭୁବନେଶ୍ବର : କାଲିଠୁ ରାଜ୍ୟରେ ବ୍ୟାପକ ହେବ କୋଭିଡ ଟିକାକରଣ । ଦୈନିକ ୩ ଲକ୍ଷ ଡୋଜ ଟିକା ଦେବା  ପାଇଁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର। ଏଥିପାଇଁ  ପ୍ରତ୍ୟେକ ବ୍ଲକରେ ୫ଟି ସେସନ, ଏନଏସସିରେ ୫ଟି ଲେଖାଏଁ ସେସନ, ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଅନଲାଇନ ଓ ଅନସାଇଡ ଟିକା କରଣ ପାଇଁ ଜିଲ୍ଲାସ୍ତରରେ ଯୋଜନା କରାଯିବ। ସଠିକ ସମୟରେ ଦ୍ୱିତୀୟ ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳରେ ଅନ ଲାଇନ ପଞ୍ଜିକରଣ କରି ନଥିବା ୧୮ ବର୍ଷ ଉର୍ଦ୍ଧ ବୟସ୍କଙ୍କୁ ଟିକା କରଣ କେନ୍ଦ୍ରରେ ସଙ୍ଗେ ସଙ୍ଗେ ରେଜିଷ୍ଟେସନ କରି ଟିକା ଦେଇ ହେବ । ଏଥିପାଇଁ ସବୁ  ଜିଲ୍ଲାପାଳ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

କାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡ୍ ରେ ହେବ କୋଭିଡ ଟିକାକରଣ ।  ପ୍ରତ୍ୟେକ ଦିନ ୩ ଲକ୍ଷ ଡୋଜ ଟିକା ଦେବା ଲକ୍ଷ୍ୟ ନେଇ ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଟିକା କରଣକୁ ତ୍ବରାନ୍ବିତ କରାଯିବ ।  ପ୍ରତ୍ୟେକ ବ୍ଲକରେ ୫ଟି ସେସନ, ଏନଏସସିରେ ୫ଟି ଲେଖାଏଁ ସେସନ, ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଅନଲାଇନ ଓ ଅନସାଇଟ ରେଜିଷ୍ଟେସନ କରି ଟିକା କରଣ ପାଇଁ ଜିଲ୍ଲାସ୍ତରରେ ଯୋଜନା ହୋଇଛି। ସଠିକ ସମୟରେ ଦ୍ୱିତୀୟ ଡୋଜ ଟିକା ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ସବୁ ଜିଲ୍ଲାପାଳ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଥିପାଇଁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। କାଲିଠୁ ରାଜ୍ୟର ୨ ହଜାର ଟିକା କରଣ କେନ୍ଦ୍ରରେ ଟିକା ଦିଆଯିବ । ଉଭୟ ୫୦ ପ୍ରତିଶତ ଅନଲାଇନ ଓ ୫୦ ପ୍ରତିଶତ ଅନସ୍ପଟ ରେଜିଷ୍ଟ୍ରେସନ ମାଧମରେ ଟିକା କରଣ କରାଯିବ। ଯେଉଁଠି ଲୋକମାନେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ସେଠି ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ। ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

କୋଭିଡ ତୃତୀୟ ଲହର ଆଶଙ୍କା ଥିବାରୁ ତା ପୂର୍ବରୁ ଟିକା କରଣ ସାରିବାକୁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର  ଗୁରୁତ୍ବ ଦେଉଛନ୍ତି । ହେଲେ ଅନେକ ଲୋକ ଟୀକା ନେବାକୁ ଅନାଗ୍ରହ ପ୍ରକାଶ କରୁନଥିବା ଖବର ବି ଆସୁଛି । ତେଣୁ ସେମାନଙ୍କୁ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିବା ଉପରେ ବିଶେଷଜ୍ଞ ମାନେ ଗୁରୁତ୍ବ ଦେଉଛନ୍ତି ।  ଏଥିପାଇଁ ସ୍କୁଲ ଶିକ୍ଷକ, ବରିଷ୍ଠ ନାଗରିକ, ଗାଁ ମୁରବି , ଆଶକର୍ମୀ, ଏବଂ ସେହି ଅଞ୍ଚଳର ସରପଞ୍ଚ ମାନଙ୍କୁ ଦାୟିତ୍ୱ ଦେଇ ଟୀକା ନେବା ଲାଗି ସଚେତନ କରିବାକୁ ସହ ଗାଁ ମାନଙ୍କରେ ଟୀକା କରଣ କେନ୍ଦ୍ର କରାଯାଇ ନଚେତ ମୋବାଇଲ ୟୁନିଟ ମାଧ୍ୟମରେ ଲୋକଙ୍କ ଘରେ ଟୀକା କିପରି ଦିଆଯଇପାରିବ ସେଥିପ୍ରତି ଧ୍ୟାନ ଦେବା ଦରକାର ବୋଲି ବିଶେଷଜ୍ଞ ପରାମଶ୍ୟ ଦେଇଛନ୍ତି ।

ଉଭୟ ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାର ଯୋଗାଇ ଟିକା ଲୋକମାନଙ୍କୁ ଦିଆଯିବ। ବର୍ତ୍ତମାନ ୧୦ଲକ୍ଷ କୋଭିସିଲ୍ଡ ଓ ୪ ଲକ୍ଷ କୋଭାକ୍ସିନ୍ ଟିକା ରାଜ୍ୟରେ ମହଜୁଦ ଅଛି। ଶନିବାର ସୁଦ୍ଧା ରାଜ୍ୟରେ ୯୬ ଲକ୍ଷ୍ୟ ୭୭ ହଜାର ୫୯୨  ଡୋଜ  ଟୀକା ଦିଆ ସରିଛି । ରାଜ୍ୟର ୨୨ ପ୍ରତିଶତ  ଲୋକ ଟିକା ନେଇ ସାରିଲାଣି ।