ରହିବା ପାଇଁ ଦେଶର ସବୁଠୁ ଭଲ ରାଜଧାନୀ ଭିତରେ ଚତୁର୍ଥ ସ୍ଥାନରେ ଭୁବନେଶ୍ବର

ଦିଲ୍ଲୀ, ମୁମ୍ବାଇ ଭଳି ସିଟିକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ବର

ଭୁବନେଶ୍ବର :  ରହିବା ପାଇଁ ଦେଶର ସବୁଠୁ ଭଲ ରାଜଧାନୀ ଭିତରେ ଭୁବନେଶ୍ବର । ଦିଲ୍ଲୀ, ମୁମ୍ବାଇ ଭଳି ସିଟିକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ବର । ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାୟରନମେଣ୍ଟ-ସିଏସଇ ପକ୍ଷରୁ ୪ଟି ପାରାମିଟରକୁ ନେଇ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ବେଙ୍ଗାଳୁରୁ ଟପରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ରହିଛି ସିମଲା ।

ସବୁ ରାଜ୍ୟର କ୍ୟାପିଟାଲ ଭିତରେ ଇଜ ଅଫ ଲିଭିଙ୍ଗ ଇଣ୍ଡେକ୍ସ ବା ଜୀବନ ଧାରଣର ମାନ ସୂଚକାଙ୍କରେ ଟପ୍ ଫାଇଭ ରେ ଭୁବନେଶ୍ବର । ଦିଲ୍ଲୀ, ମୁମ୍ବାଇ ଭଳି ସିଟିକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ବର । ଟପରେ ରହିଛି ବେଙ୍ଗାଲୁରୁ । ତା ପଛକୁ ରହିଛି ଚେନ୍ନାଇ ଓ ସିମଲା । ଚତୁର୍ଥ ସ୍ଥାନରେ ରହିଛି ସ୍ମାର୍ଟ ସିଟି ଭୁବନେଶ୍ବର । ଭୁବନେଶ୍ବର ପଛରେ ମୁମ୍ବାଇ ଓ ଦିଲ୍ଲୀ ଯଥାକ୍ରମରେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଛନ୍ତି । ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାୟରମେଣ୍ଟ ସିଏସଇ ପକ୍ଷରୁ ୪ଟି ପାରାମିଟର ନେଇ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଛି । ଯେଉଁଥିରେ କ୍ବାଲିଟି ଲାଇଫ୍ , ଇକୋନୋମିକ୍ ଆବିଲିଟି, ସଷ୍ଟେନେବିଲିଟି, ଓ ସିଟିଜେନ ପର୍ସିପସେନକୁ ନେଇ ସର୍ଭେ କରାଯାଇଥିଲା । ଏସବୁ ଭିତରେ ସିଟିଜେନ୍ ପର୍ସିପସେନରେ ଦେଶର ସବୁ କ୍ୟାପିଟାଲକୁ ପଛରେ ପକାଇ ଦେଇଛି ଭୁବନେଶ୍ବର । ଏହି କାଟାଗୋରୀରେ ୯୪.୮ ପ୍ରତିଶତ ମାର୍କ ରଖି ଭୁବନେଶ୍ବର ଟପ୍ ରେ ରହିଛି ।

ସେପଟେ ଜାତୀୟ ସ୍ତରରେ ଭୁନଶ୍ୱରର ପରିବେଶ ସଭିଙ୍କୁ ଆକୃଷ୍ଟ କରୁଥିବାବେଳେ ଏହା ସବୁଠାରୁ ଅନୂକୁଳ ସ୍ଥାନ ପାଲଟିଛି । ସେପଟେ ରାଜଧାନୀ ଭୁବନେଶ୍ବର ସିଏସଇ ସର୍ଭେର ଚତୁର୍ଥ ସ୍ଥାନରେ ରହିଥିବାରୁ ଖୁସି୍ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ଭୁବନେଶ୍ୱର ଅନୱୁକୂଳ ପରିବେଶ ଭାବରେ ଚତୁର୍ଥ ସ୍ଥାନଜରେ ରହିଛି । ସେପଟେ ଭୁବନେଶ୍ବର ପଛରେ ରହିଛି ଦିଲ୍ଲୀ ।

କ୍ବାଲିଟି ଲାଇଫ୍, ଅର୍ଥନୈତିକ ସାମର୍ଥ୍ୟ, ସହନଶୀଳତା ଓ ନାଗରିକଙ୍କୁ ମିଳୁଥିବା ଅନ୍ୟ ସୁବିଧା ମାପଦଣ୍ଡ ଅନୁସାରେ ପ୍ରସ୍ତୁତ ଇଜ୍ ଅଫ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ବର ସ୍ଥାନ ପାଇବା ଓଡିଶା ଲାଗି ଗର୍ବର କାରଣ ହୋଇଛି । ୧୦୦ ଜଣକୁ ନେଇ ହୋଇଥିଲା ଏହି ସର୍ଭେ । ଭୁବନେଶ୍ବରକୁ ୯୪.୮ ପ୍ରତିଶତ ମାର୍କ ମିଳିଥିବାବେଳେ ବେଙ୍ଗାଲୁରୁକୁ ୭୮ ପ୍ରତିଶତ, ଚେନ୍ନାଇକୁ ୮୨.୬ ପ୍ରତିଶତ , ସିମଲାକୁ ୮୩.୩୯ ମାର୍କ ମିଳିଛି । ସେହିଭଳି ଦେଶର ରାଜଧାନୀ ଦିଲ୍ଲୀ ୬୯. ୪ ପ୍ରତିଶତ ମାର୍କ ମିଳିଛି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି- ରହିବା ଲାଗି ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ବର ସ୍ଥାନ ପାଇଛି । ବଡ ବଡ ସହରକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ବର । ଉତ୍କୃଷ୍ଟ ଜୀବନଧାରଣର ସୂଚୀ କ୍ଷେତ୍ରରେ ଭୁବନେଶ୍ବରକୁ ୧୦୦ରୁ ୫୯.୮୫ ମାର୍କ ମିଳିଛି ା ଗତ ମାର୍ଚ୍ଚରେ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କ ଦ୍ବାରା ପ୍ରକାଶିତ ଇଜ ଅଫ ଲିଭିଙ୍ଗ ସିଟି ତାଲିକାରେ ଭୁବନେଶ୍ବରର ସ୍ଥାନ ଥିଲା ଦ୍ବିତୀୟ ।