ଓଡ଼ିଆ ଆଇଏଏସ୍ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ରଙ୍କ କରୋନାରେ ଦେହାନ୍ତ

ଭୁବନେଶ୍ୱର : ଓଡ଼ିଆ ଆଇଏଏସ୍ ତଥା କେନ୍ଦ୍ର DPIITସଚିବ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ରଙ୍କ କରୋନାରେ ଆଜି ଦେହାନ୍ତ ହୋଇଛି । ଓଡ଼ିଶାରେ ୧୯୮୬ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର ଡକ୍ଟର ଗୁରୁପ୍ରସାଦ ମହାପାତ୍ର । ସେ ଲୋକପ୍ରିୟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । DPIIT ସଚିବ ପୂର୍ବରୁ ସେ କେନ୍ଦ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିଥିଲେ । ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଥିଲେ ଗୁରୁପ୍ରସାଦ ମହାପାତ୍ର । ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ପ୍ରମୋସନ ପାଇଁ ବହୁ କାମ କରିଛନ୍ତି । ସେହିପରି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ଥିଲେ ଗୁରୁପ୍ରସାଦ ମହାପାତ୍ର । ତାଙ୍କ କାର‌୍ୟ୍ୟକାଳରେ ଏୟାରପୋର୍ଟ ଅଥରିଟିକୁ ନୂଆ ଦିଶା ଦେଇଥିଲେ । ୨୦୧୯ ଅଗଷ୍ଟ ୧ ତାରିଖରେ ତାଙ୍କୁ DPIIT ସଚିବ ଭାବରେ ନିଯୁକ୍ତ କରାଯାଇଥିଲା । କେନ୍ଦ୍ରକୁ ଆସିବା ପୂର୍ବରୁ ଗୁଜରାଟରେ ସୁରତ ଓ ଅହମ୍ମଦାବାଦ ମହାନଗର ନିଗମ କମିଶନର ଥିଲେ ଗୁରୁପ୍ରସାଦ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।