ଘୋଡା ପ୍ରତିମୂର୍ତ୍ତିକୁ ସୁରକ୍ଷିତ ରଖିବା ସହ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଣ୍ଟିନର ସୌନ୍ଦର୍ଯ୍ୟକରଣ ପାଇଁ ବିଚାର କରନ୍ତୁ ରାଜ୍ୟ ସରକାର-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରାଜଧାନୀର ମାଷ୍ଟରକ୍ୟାଂଟିନ ଛକ ଘୋଡା ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ ନେଇ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ଲଗାତାର ଦୁଇଦିନ ଧରି ଏହି ବିବାଦ ଲାଗିରହିଥିବା ବେଳେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସେ ଟ୍ୱିଟ କରି କହିଛନ୍ତି ଯେ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ଏହି କୀର୍ତ୍ତିରାଜିର ସ୍ଥାନାନ୍ତରଣ ବ୍ୟଥିତ କରିଛି । ଏହି କୀର୍ତ୍ତିରାଜି ଆମ ଐତିହ୍ୟର ପରିଚୟ । ସମସ୍ତ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟ ସରକାର ଏହାକୁ ସୁରକ୍ଷିତ ରଖିବା ସହ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଣ୍ଟିନର ସୌନ୍ଦର୍ଯ୍ୟକରଣ ପାଇଁ ବିଚାର କରନ୍ତୁ ।

ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜିର ପ୍ରତୀକ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ସବୁ ମହଲରୁ ନାପସନ୍ଦ କରାଯାଉଛି । ୧୯୬୪ ମସିହାରେ କୋଣାର୍କ ଘୋଡା ଓ ଯୋଦ୍ଧାକୁ ଓଡ଼ିଶା ଶାସନର ପ୍ରତୀକ ରୁପେ ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୮୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ଵାରା ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଅନନ୍ୟ ସୃଷ୍ଟି ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ଏହି କୀର୍ତ୍ତିରାଜିର ସ୍ଥାନାନ୍ତରଣ ବ୍ୟଥିତ କରିଛି । ଏହି କୀର୍ତ୍ତିରାଜି ଆମ ଐତିହ୍ୟର ପରିଚୟ । ସମସ୍ତ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟ ସରକାର ଏହାକୁ ସୁରକ୍ଷିତ ରଖିବା ସହ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଣ୍ଟିନର ସୌନ୍ଦର୍ଯ୍ୟକରଣ ପାଇଁ ବିଚାର କରନ୍ତୁ ।