ବରିଷ୍ଠ ସାମ୍ୱାଦିକ ବସନ୍ତ ଦାସଙ୍କ ପରଲୋକ

ମୁଖ୍ୟମନ୍ତ୍ରୀ ଓ ମାନସ ମଙ୍ଗରାଜଙ୍କ ଶୋକ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ । ୮୧ ବର୍ଷ ବୟସରେ ତାଙ୍କର ପରେଲାକ ଘଟିଛି । କୋଭିଡରେ ଆକ୍ରାନ୍ତ ହୋଇ ହୋମ୍ଆ ଇେସୋଲେସନରେ ଥିଲେ । ୩ଦିନ ତଳେ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଓଡିଶା ସମ୍ବାଦିକତା କ୍ଷେତ୍ରରେ ୫ ଦଶନ୍ଧୀ ଧରି ସକ୍ରିୟ ଭାବେ କାର୍ଯ୍ୟ କରିଆସୁଥିଲେ ସାମ୍ବାଦିକଙ୍କ ମହଲରେ ପରିଚିତ ବସନ୍ତ ଭାଇ। ଓଡିଶା ରାଜନୀତି ଓ ସମ୍ବାଦିକତାକୁ ନେଇ ଅନେକ ବହି ମଧ୍ୟ ଲେଖିଛନ୍ତି ସେ । ‘ଜେ ଦେଶ ଯାଇ ସେ ଫଲ୍ ଖାଏ’ ପୁସ୍ତକ ତାଙ୍କରି ଅବଦାନ । ଏଥିପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ । ଅମ୍ରିତ ବଜାର ପତ୍ରିକାର ବ୍ୟୁରୋ ମୁଖ୍ୟ ଭାବେ କାର୍ଯ୍ୟ କରି ୧୯୯୬ରେ ଅବସର ନେଇଥିଲେ । ୧୯୬୫ରୁ ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ ସ୍ବର୍ଗତ ବସନ୍ତ ଦାସ। ତାଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ରାଜନୈତିକ ଦଳର ନେତା ବସନ୍ତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ । ତାଙ୍କ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ କରିଥିଲେ । ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତି ରେ ସକ୍ରିୟ ରହିଥିଲେ। ।ସାହିତ୍ୟ ଓ ସାମ୍ବାଦିକତା ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

ଏଥିସହିତ ରାଜ୍ୟର ଏହି ବରିଷ୍ଠ ସାମ୍ୱାଦିକଙ୍କ ଦେହାନ୍ତରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ଓ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।