ବାତ୍ୟା କ୍ଷୟକ୍ଷତି ନେଇ ବଡଚଣା ବିଧାୟକ ବିଧାୟକ ଅମର ଶତପଥୀଙ୍କ ସମୀକ୍ଷା

ବଡଚଣା : ଚଣ୍ଡିଖୋଲ ଡାକ ବଙ୍ଗଳାରେ ବାତ୍ୟା ୟାସ୍ର କ୍ଷୟକ୍ଷତି ନେଇ ଆଜି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀ । ବଡଚଣାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ପରେ ବାତ୍ୟା ୟାସ୍ ନେଇ ଯାଜପୁର ଜିଲ୍ଲାପାଳଙ୍କ ଅବଗତ କରାଇବା ସହିତ ପ୍ରଭାବିତ ଲୋକଙ୍କୁ ସରକାରୀ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ବିଧାୟକ ।

ଅଦିନିଆ ଲଗାଣ ବର୍ଷା ସହିତ ବାତ୍ୟା ୟାସ୍ ପ୍ରଭାବରେ ବଡଚଣାର ତଳିଆ ଅଞ୍ଚଳର କ୍ଷତି ଘଟିଛି । ବିଶେଷ କରି ଡାଳୁଅ ଧାନ ବର୍ଷା ଓ ପବନ ମାଡରେ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ସୂଚନାଯୋଗ୍ୟ, ପାଦର ଯନ୍ତ୍ରଣା ଠିକ୍ ଭାବେ ପ୍ରଶମିତ ହୋଇ ନଥିଲେ ମଧ୍ୟ ବଡଚଣା ବିଧାୟକ ଅମର ଶତପଥୀ ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ସମସ୍ୟା ବୁଝିବା ଲାଗି ଛୁଟି ଆସିଥିବା ଦେଖିବାକୁ ମିଳିଛି ।