ସମ୍ଭାବ୍ୟ ବାତ୍ୟା “ୟସ୍‌” କୁ ନେଇ ପ୍ରାକ୍ ପ୍ରସ୍ତୁତି ଏବଂ ମୁକାବିଲା ପାଇଁ ଏନଡିଆରଏଫ୍ ଓ ଆଇଏମଡି ଡିଜିଙ୍କ ସହିତ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନଶେ୍ୱର  : ଓଡିଶାରେ ହବୋକୁ ଥିବା ସମ୍ଭାବ୍ୟ ବାତ୍ୟା \\\”ୟସ୍‌” କୁ ନେଇ ପ୍ରାକ୍ ପ୍ରସ୍ତୁତି ଏବଂ ତାହାର ମୁକାବିଲା ପାଇଁ ଭାରତୀୟ ପାଣିପାଗ ନିର୍ଦଶେକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଏନଡିଆରଏଫ୍ ନିର୍ଦଶେକ ସତ୍ୟନାରାୟଣ ପ୍ରଧାନଙ୍କ ସହିତ ଆଜି କନେ୍ଦ୍ରମନ୍ତ୍ରୀ ର୍ଧମନେ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି । ବାଲଶେ୍ୱର ଏମ୍‌ପି ଏବଂ କନେ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଶଡଙ୍ଗି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

ଏହି ବଠେକରେ ସମ୍ଭାବ୍ୟ ବାତ୍ୟାର ସ୍ଥିତି ଏବଂ ଅବସ୍ଥିତିକୁ ନେଇ ଏନଡିଆରଏଫ୍ ଡିଜିଙ୍କ ସହିତ ବିସ୍ତୃତ ଆଲୋଚନା କରିଥିବା ସେ କହିଥିଲେ । ତବେେ ଏନଡିଆରଏଫ୍ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ତଥା ବିର୍ପଯ୍ୟୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ଏନଡିଆରଏଫ୍ ସତ୍ୟ ନାରାୟଣ ପ୍ରଧାନ କହିଥିଲେ ।

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍’କୁ ନେଇ ପ୍ରାକ୍ ପ୍ରସ୍ତୁତି ଏବଂ ତାହାର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ଉପରେ ମୁଁ ଓ ମୋ ସହଯୋଗୀ ତଥା ମନ୍ତ୍ରୀ @pcsarangi , @Indiametdept ନିର୍ଦ୍ଦଶେକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ @NDRFHQ ଡ଼ିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଭିଡ଼ିଓ କନଫରନେ୍ସିଂ ଜରିଆରେ ଆଲୋଚନା କଲୁ । pic.twitter.com/D9624kiMO8

— Dharmendra Pradhan (@dpradhanbjp) May 22, 2021
ତବେେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତ ସରକାର ସମ୍ପୁର୍ଣ୍ଣ ସହଯୋଗ କରିବା ପାଇଁ ପ୍ରସ୍ତୁତ ଓ ଏଥିପାଇଁ ଶ୍ରୀ ପ୍ରଧାନ କନେ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । କନେ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଏହି ବାତ୍ୟାର ମୁକାବିଲା କରିବେ ଏବଂ ଲୋକମାନେ ଭୟଭିତ ନହୋଇ ସଜାଗ ରହିବାକୁ ଶ୍ରୀ ପ୍ରଧାନ ଅପିଲ କରିଛନ୍ତି ।