ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କରୋନାର ମୁକାବିଲା ନେଇ ସାମାଜିକ ଗଣମାଧ୍ୟମ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତା

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟ୍‌କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ତେଣୁ ଦଳ, ମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଭାଇ ଭଉଣୀ ଓ ଗୁରୁଜନ ମାନଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ବାର୍ତାରେ କହିଛନ୍ତି ଯେ ଦେଶ ଏବଂ ରାଜ୍ୟ କରୋନାର ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଓଡ଼ିଆ ଲୋକମାନେ ଚିନ୍ତାରେ ଅଛନ୍ତି । କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଷ୍ଟିଂ ବଢ଼ାଇବା, ଟ୍ରେସିଂ କରିବା ଏବଂ ଟ୍ରିଟମେଂଟ୍ କରିବା ଉପରେ ରଣନୀତି ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ତ୍ରାନାଥ ରେଡ୍ଡି ଏକ ଖବରକାଗଜରେ ଏହି କଥାକୁ ପ୍ରାଥମିକତା ଦେଇଛନ୍ତି କିନ୍ତୁ ବିଶେଷ ଭାବରେ ଗ୍ରାମାଂଚଳରେ ଲୋକ ମାନଙ୍କ ମନରେ କରୋନା ପ୍ରତି ଭୟ ଓ ଭ୍ରାନ୍ତି ଧାରଣା ଥିବାରୁ ଲୋକମାନେ ଟେଷ୍ଟିଂ କରିବାକୁ ଆସୁନାହାନ୍ତି । ବ୍ୟବସ୍ଥା ସତ୍ୱେ ନାଗରିକମାନେ ଟେଷ୍ଟିଂ କରିବା ପାଇଁ ପଛ ଘୁଂଚା ଦେଉଛନ୍ତି, ଯାହା ଚିନ୍ତାଜନକ ବିଷୟ । ରାଜ୍ୟର ଗ୍ରାମାଂଚଳର ଜନଜାତି ବସତି ଅଂଚଳରେ ଟେଷ୍ଟିଂ ପାଇଁ କୁଣ୍ଠାବୋଧ ଦେଖାଯାଇଛି ।

 ସମାଜରେ ବିପତି ଆସିଲେ ଏହାକୁ ମୁକାବିଲା କରିବାର ଦାୟିତ୍ୱ କେବଳ ସରକାର କିମ୍ବା ପ୍ରଶାସନର ନୁହେଁ ବରଂ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ୍‌
 କରୋନା ସମୟରେ ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟ୍‌କୁ ଗୁରୁତ୍ୱ ଦେଉଛନ୍ତି
 ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି
 ରାଜ୍ୟର ୨୩ଟି ଜିଲ୍ଲାରେ ଟେଷ୍ଟିଂ ହାର ଜାତୀୟ ଟେଷ୍ଟିଂ ଠାରୁ କମରେ ରହିଛି
 ଗ୍ରାମାଂଚଳର ଜନଜାତି ବସତି ଅଂଚଳରେ ଟେଷ୍ଟିଂ ପାଇଁ କୁଣ୍ଠାବୋଧ ଦେଖାଯାଇଛି
 ଟେଷ୍ଟିଂ ପାଇଁ ଲୋକଙ୍କୁ ପ୍ରୋତ୍ସାହନ କରିବା କେବଳ ସରକାରଙ୍କ ନୁହେଁ ବରଂ ଆମ ସମସ୍ତଙ୍କର ଦାୟିତ୍ୱ
 ଜାତୀୟ ବିପତି ସମୟରେ ‘କ୍ରାଇସିସ୍ ମ୍ୟାନେଜମେଂଟ୍ କମିଟି’ ଗଠନ ହେବାର ଆବଶ୍ୟକତା ରହିଛି
 ରାଜନୈତିକ ଦଳ, ସମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ମହିଳା ମଣ୍ଡଳ, ଯୁବ ସଂଗଠନ, ସଂଗଠନ ସମୂହଙ୍କୁ
ମିଶାଇ ବହୁମତକୁ ଏକାଠୀ କରି ସମାଜକୁ ସମ୍ଭାଳିବାର ଆବଶ୍ୟକତା ରହିଛି
 ଭେଦ ଭାବକୁ ଭୁଲି ଏ ଜଟିଳ ପରିସ୍ଥିତିକୁ ସାମ୍ନା କରିବା ସବୁ ଓ଼ଡ଼ିଆ ଲୋକମାନଙ୍କର ଦାୟିତ୍ୱ
ଟେଷ୍ଟିଂ ପାଇଁ ଲୋକଙ୍କୁ ପ୍ରୋତ୍ସାହନ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ସମାଜ ବା ଆମ ସମସ୍ତଙ୍କର ଦାୟିତ୍ୱ । ଗଣତନ୍ତ୍ରରେ ଶାସନ ସମ୍ଭାଳିବା ପାଇଁ ବହୁମତର ଆବଶ୍ୟକତା ଥାଏ କିନ୍ତୁ ଯେତେବେଳେ ଜାତୀୟ ବିପତି ହୁଏ ସଂକଟ ଆସେ ସେତେବେଳେ ‘କ୍ରାଇସିସ୍ ମ୍ୟାନେଜମେଂଟ୍ କମିଟି’ ଗଠନ ହେବାର ଆବଶ୍ୟକତା ଥାଏ ଏବଂ ସର୍ବମତ ପ୍ରାଥମିକତା ଦେବାର ଆବଶ୍ୟକତା ଥାଏ । ସମାଜର ସବୁ ବ୍ୟକ୍ତିତ୍ୱ ମାନଙ୍କୁ ମିଶାଇ ରାଜନୈତିକ ଦଳ, ସମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ଛୋଟ ମଠ, ମନ୍ଦିର, ମହିଳା ମଣ୍ଡଳ, ଯୁବ ସଂଗଠନ, ସଂଗଠନ ସମୂହ ତଥା ଏ ସମସ୍ତଙ୍କୁ ମିଶାଇ ବହୁମତକୁ ଏକାଠୀ କରି ସମାଜକୁ ସମ୍ଭାଳିବାର ଆବଶ୍ୟକତା ରହିଛି । ଏହା ହିଁ ପରିପକ୍ୱ ଗଣତନ୍ତ୍ରରେ ବଡ଼ ଆବଶ୍ୟକତା । ଆମ ରାଜ୍ୟରେ ସମସ୍ତଙ୍କ ଦାୟିତ୍ୱ ଟେଷ୍ଟିଂକୁ ଜନଆନ୍ଦୋଳନରେ ପରିଣତ କରିବାର । ଜନଆନ୍ଦୋଳନ ଏବଂ ଜନଭାଗିଦାରୀ ଓଡ଼ିଶା ପାଇଁ ବଡ଼ ଆବଶ୍ୟକତା ରହିଛି ।
ଆଜି ସର୍ବଭାରତୀୟ ସ୍ତରରେ ପରିସଂଖ୍ୟାନ ଅନୁଯାୟୀ, ମଇ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି । ଠିକ୍ ସେହି ସମୟରେ କେରଳରେ ହାରାହାରି ୩୯୦ ଲୋକଙ୍କ ପରୀକ୍ଷା ହେଉଥିବା ବେଳେ ଦିଲ୍ଲୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୪୧୭ ଜଣଙ୍କୁ ପରୀକ୍ଷା କରାଯାଉଛି । ସେହିଭଳି ଓଡ଼ିଶାର ପଡୋଶୀ ରାଜ୍ୟ ଓଡ଼ିଶା ଠାରୁ ମଧ୍ୟ ମାତ୍ରାଧିକ ଟେଷ୍ଟିଂ ହୋଇଛି ।
ୟୁପ୍ରୋର ପ୍ରତିଷ୍ଠାତା ଅଜିତ୍ ପ୍ରେମଜୀଙ୍କ ମତରେ କରୋନାକୁ ହରାଇବା ପାଇଁ ରାସ୍ତା ହେଉଛି ସତ୍ୟ ଏବଂ ବିଜ୍ଞାନ । ସବୁଠି ଟେଷ୍ଟିଂକୁ ବଢ଼ାଇବାକୁ ପଡ଼ିବ । ୨୩ଟି ଜିଲ୍ଲାରେ ଟେଷ୍ଟିଂ ହାର ଜାତୀୟ ଟେଷ୍ଟିଂ ଠାରୁ କମରେ ରହିଛି । ବିଶେଷ ଭାବରେ ସମ୍ବଲପୁର, ଅନୁଗୁଳ, ବରଗଡ, ସୁନ୍ଦରଗଡ଼ ଓ କଳହାଣ୍ଡି ଭଳି ରାଜ୍ୟର ୧୪ଟି ଜିଲ୍ଲାରେ ପଜିଟିଭ୍ ରେଟ୍‌ ଜାତୀୟ ପଜିଟିଭ୍ ରେଟ୍ ଠାରୁ ଅଧିକ ରହିଛି । ଏସବୁକୁ ଦେଖିଲେ ଏଠାରେ ଟେଷ୍ଟିଂ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସରକାର ବ୍ୟବସ୍ଥା କରିବେ କିନ୍ତୁ କେବଳ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ଲୋକଙ୍କୁ ଏକାଠୀ କରି ପହାଁଇବା ପାଇଁ ପଡ଼ିବ । ସବୁ ଓ଼ଡ଼ିଆ ଲୋକମାନଙ୍କର ଦାୟିତ୍ୱ ସବୁ ଭେଦ ଭାବକୁ ଭୁଲି ଏ ଜଟିଳ ପରିସ୍ଥିତିକୁ ସମାଜରୁ ବାହାର କରିବା ପାଇଁ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଂଟକୁ ପ୍ରାଥମିକତା ଦେବା ପାଇଁ ପଡ଼ିବ । ମୋର ବିଶ୍ୱାସ ଓଡ଼ିଆ ଲୋକଙ୍କ ଅଦମ୍ୟ ସାହାସରେ କୋଭିଡକୁ ପରାସ୍ତ କରିବା ପାଇଁ ଏହାକୁ ଜନଆନ୍ଦୋନରେ ପରିଣତ କରାଯାଇପପାରିବ ।
ଦେଶର ପଶ୍ଚିମାଂଚଳ ଓ ଉତରାଂଚଳ ଧୀରେଧୀରେ କରୋନାର ସ୍ଥିତାବସ୍ଥା ସୁଧୁରୁଛି । ଦକ୍ଷଣାଂଚଳରେ ଏବେ କରୋନାର ରୂପ ଦେଖାଉଛି । ଏହାକୁ ଧୈର୍ଯ୍ୟର ସହ ବୁଦ୍ଧି ଓ ସାହାସ ଦେଖାଇ ସମାଜ କରୋନା ମୁକାବିଲାର ସାମ୍ନା କରୁଛି । ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର, ସାମାଜିକ ସଂଗଠନ, ନାଗରିକମାନେ ଏଭଳି ଅଭାବନୀୟ ସ୍ଥିତିକୁ ସାମ୍ନା କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । କରୋନା ଯୋଦ୍ଧା ବିଶେଷ ଭାବରେ ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପାରାମେଡ଼ିକାଲ, ପୋଲିସ ପ୍ରଶାସନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଲୋକମାନେ, ଗ୍ୟାସ ଡ଼େଲିଭରି ବୟ ସମସ୍ତେ ଏହି ସମୟରେ ସେବା ଯୋଗାଇ ଆସୁଛନ୍ତି ବୋଲି ସେ କହିଛନ୍ତି ।